ଜୁଲାଇ ୧୨ରେ ବିଭବଙ୍କ ଜାମିନ ରାୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ଜାମିନ ସଂକ୍ରାନ୍ତରେ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ। ସ୍ୱାତୀ ମାଲିଓ୍ୱାଲଙ୍କୁ ଆକ୍ରମଣ ଓ ଅସଦାଚରଣ ମାମଲାରେ ଜେଲରେ ଥିବା ବିଭବ ଜାମିନ ଲାଗି ଆବେଦନ କରିଥିଲେ। ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜୁଲାଇ ୧୨ରେ ରାୟ ଶୁଣାଇବେ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ସୋମବାର ବିଭବଙ୍କ ଜାମିନକୁ ବିରୋଧ କରିଥିଲା ଦିଲ୍ଲୀ ପୁଲିସ। ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିଭବଙ୍କୁ ଜାମିନ ମିଳିଲେ ସାକ୍ଷ୍ୟପ୍ରମାଣକୁ ପ୍ରଭାବିତ କରିପାରନ୍ତି ବୋଲି ଯୁକ୍ତି ଦର୍ଶାଇଥିଲା ପୁଲିସ। ପୁଲିସ ଗିରଫ ବେଳେ ସମସ୍ତ ନିୟମ ଅନୁପାଳନ କରିଥିବା କୋର୍ଟରେ ଦର୍ଶାଇଥିଲା। ଆରେଷ୍ଟ ମେମୋ, ଗିରଫର ଆଧାର ଓ ଗିରଫ ପରେ କୁମାରଙ୍କ ପତ୍ନୀଙ୍କୁ ସୂଚିତ କରିଥିଲା ବୋଲି ପୁଲିସ କହିଛି। ମେ ୧୮ରେ ବିଭବଙ୍କୁ ଗିରଫ କରିଥିଲା ପୁଲିସ। ତଳକୋର୍ଟ ବିଭବଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଆଉ ଏଠାରୁ ନିରାଶ ପରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବିଭବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *