ବନ୍ଦ ବନ୍ଦ ହେବ କି ଟେଲିଗ୍ରାମ୍ ଆପ୍ ?

ବନ୍ଦ ବନ୍ଦ ହେବ କି ଟେଲିଗ୍ରାମ୍ ଆପ୍ ? ଗତକାଲି ଫ୍ରାନ୍ସରେ ମେସେଜିଂ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ଓ ସିଇଓ ପାଭେଲ୍ ଦୁରୋଭଙ୍କୁ ଗିରଫ କରାଯିବା ପରେ ଭାରତରେ ଏହି ଆପ୍ ବନ୍ଦ ହେବା ନେଇ ଆଶଙ୍କା ବଢିଛୁ ।  ଆପକୁ ଆପଷ୍ଟୋରରୁ ହଟାଇ ଦିଆଯିବ ବୋଲି ଅପପ୍ରଚାର ହେଉଥିବା ବେଳେ ଆଉ କିଛି ଲୋକ ଏହି ଆପ୍ ଆପେ ଆପେ ସ୍ମାର୍ଟ ଫୋନରୁ ଉଡିଯିବ ବୋଲି କହୁଛନ୍ତି। ତେବେ ଜୁଆ ଓ ମୁଣ୍ଡଜାମିନ୍ ଭଳି ବେଆଇନ୍ କାର୍ଯ୍ୟରେ ଏହି ଆପ୍ ବ୍ୟବହାର କାରାଯାଉଥିବା ଅଭିଯୋଗ ରହିଛି । ତେବେ ଏହା  କେତେ ସତ ତାହାର ତଦନ୍ତ କରୁଛନ୍ତି କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ । ଯଦି କମ୍ପ ନମ୍ପାନୀ ବିରୋଧରେ କୌଣସି ବି ପ୍ରମାଣ ମିଳିବ ତେବେ ଏହି ଆପକୁ ଦେଶରେ ନିଷିଦ୍ଧ କରା‌ଯିବ । ସେପଟେ ଟେଲିଗ୍ରାମ୍ କମ୍ପାନୀର ସିଇଓ ଗିରଫ ହେବା ପରେ ଏହି ଆପକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଛି । ତେବେ ଏଭଳି ଦାବିର କୌଣସି ସତ୍ୟତା ନଥିବା ଜଣାପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *