ରାଜନୈତିକ ଚାପମୁକ୍ତ ହୋଇ କାମ କରିବେ ଭୁବନେଶ୍ୱର ନୂଆ ଡିସିପି

Spread the love

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କଲେ ଆଇପିଏସ ପ୍ରତୀକ ସିଂ ।  ଡିସିପି ଅଫିସରେ ଏସିପି ଓ ଆଇଆଇସି ମାନେ ତାଙ୍କୁ ସ୍ୱାଗତ କରିଥିଲେ । ଭୁବନେଶ୍ୱରରେ କାମ କରିବା ଚ୍ୟାଲେଞ୍ଜ । କିନ୍ତୁ କଟକ ରେ ଡିସିପି ଭାବେ ଯେଉଁ ଅଭିଜ୍ଞତା ଅଛି ତାହା କାମ କରିବ ବୋଲି କହିଛନ୍ତି । ଆସ୍ତେ ଆସ୍ତେ ପରିସ୍ଥିତି କୁ ଷ୍ଟଡି କରିବା ସହ ପୋଲିସ୍ ଟିମ୍ ଭିତରେ ସମନ୍ୱୟ କେମିତି ଅଛି ଦେଖିବେ ।  ଲ ଆଣ୍ଡ ଅର୍ଡର କୁ ଗୁରୁତ୍ୱ ଦେବେ, କ୍ରାଇମ୍ କଣ୍ଟ୍ରୋଲ ହେବ । ଥାନା କୁ ଆସୁଥିବା ବ୍ୟକ୍ତି ନିରାଶ ହେବେ ନାହିଁ  ।

ପ୍ଲାନ୍ ଅନୁଯାୟୀ ସବୁ କାମ ହେବ । ଥାନାରେ ଥିବା ଲ୍ୟାକୁନା ଦେଖି ସଂସ୍କାର ଆଣିବେ । ଅଫିସରଙ୍କ ସହ ଆଲୋଚନା କରିବେ । ଯେଉଁଠି ଷ୍ଟାଫ୍ ଆବଶ୍ୟକ ସେଠି ଷ୍ଟାଫ୍ ଦିଆଯିବ । ପେଣ୍ଡିଂ କେସ କମ୍ ଦିନରେ ଦୂର କରାଯିବ । ରାଜନୈତିକ ଚାପମୁକ୍ତ ହୋଇ କାମ କରିବେ ବୋଲି କହିଛନ୍ତି ଭୁବନେଶ୍ୱର ନୂଆ ଡିସିପି ପ୍ରତୀକ ସିଂ ।

Leave a Reply

Your email address will not be published. Required fields are marked *