ହିଟୱେଭ୍‌ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସତର୍କତା

Spread the love

() ଅଂଶୁଘାତଜନିତ ମୃତ୍ୟୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା। ସୁନ୍ଦରଗଡ଼ ଓ ଝାରସୁଗୁଡାରୁ ଅଧିକ ହିଟୱେଭ ମାମଲା ଆସୁଛି। ଗତକାଲି ସୁଦ୍ଧା ୨୬ଜଣଙ୍କ ଅଂଶୁଘାତଜନିତ ମୃତ୍ୟୁ ସ୍ପଷ୍ଟ ହୋଇଛି। ସେଥିରୁ ରାଉରକେଲାରୁ କେବଳ ୨୦ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ହସ୍ପିଟାଲ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଛି। ଆଉ କିଛି ମୃତକଙ୍କ ପୋଷ୍ଟମର୍ଟମ ଚାଲିଛି। ଯୁଗ୍ମ ତଦନ୍ତ ଚାଲିଛି । ବର୍ଷା ପାଇଁ ହିଟୱେଭ ସାମାନ୍ୟ କମିଛି। ତେବେ ଏବେ କିଛି ଅଂଶୁଘାତ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାପାଳ ଓ ସିଡିଏମଓ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। କାରଣ ଆଗକୁ ହିଟୱେଭର ସମ୍ଭାବନା ଅଛି। ଖଣି ଅଂଚଳରୁ ହିଟୱେଭ ମାମଲା ଅଧିକ ଆସୁଥିବାରୁ ସେଠାରେ ସତର୍କ ରହିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *