ଇଟାରେ ଛେଚି ଦିବ୍ୟାଙ୍ଗଙ୍କୁ ହତ୍ୟା, ଅଭିଯୋଗ ଆଣିଲେ ପରିବାର ଲୋକ

ଇଟାରେ ଛେଚି ଦିବ୍ୟାଙ୍ଗଙ୍କୁ ହତ୍ୟା।ନୟାଗଡ଼ ଜିଲ୍ଲା ଶରଣକୂଳ ବିରଜାଇ ମନ୍ଦିର ନିକଟରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ମୃତକ ହେଲେ ହରିହରପୁର ଗାଁର ରାଜୁ ବରାଡ। ରାଜୁ ପୂର୍ବରୁ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। ତେବେ କିଛି ବର୍ଷ ତଳେ ସେ ଦ୍ବିତୀୟ ବିବାହ କରି ଶରଣକୂଳରେ ଘରଭଡ଼ା ନେଇ ରହିଥିଲେ । ଏହାପରେ ରାଜୁ କିଛି କାମ ନକରି ଶରଣକୂଳରେ ରହି ମାଗିଜାଚି ଚଳୁଥିଲେ। କିଛିଦିନ ପରେ ଦ୍ବିତୀୟ ସ୍ତ୍ରୀ ରାଜୁଙ୍କୁ ଛାଡି ଚାଲିଯାଇଥିଲେ। ଏହାପରେ ରାଜୁ ପାଗଳପ୍ରାୟ ହୋଇ ବୁଲିବା ସହ ଭିକ୍ଷା କରି ଚଳୁଥିଲେ । ରାଜୁ ଦିନସାରା ବୁଲିବା ପରେ ସ୍ଥାନୀୟ ଲଡୁବାବାଙ୍କ ମନ୍ଦିର ଏବଂ ବିରଜାଇଙ୍କ ମନ୍ଦିରରେ ରାତିରେ ଶୋଇଥାନ୍ତି। ଆଜି ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଜୁଙ୍କ ମୃତଦେହ ବିରଜାଇ ମନ୍ଦିର ବାରଣ୍ଡାରେ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଶରଣକୂଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ଏବଂ ଡଗ୍ ସ୍କ୍ୱାର୍ଡ ନେଇ ତଦନ୍ତ ଆରମ୍ଭ କରିଛି । ମୃତଦେହ ପାଖରେ ଏକ ଇଟା ପଡିଥିବାରୁ ରାଜୁଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରାଯାଉଛି। ରାଜୁଙ୍କ କେହି ଶତ୍ରୁ ନଥିବା ବେଳେ ଯିଏ ଏହି ହତ୍ୟାକାଣ୍ଡ କରିଛି ତାକୁ ଉଚିତ୍ ଦଣ୍ଡ ମିଳୁ ବୋଲି ପରିବାର ଲୋକ ଦାବି କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *