ମହାନଦୀ ଜଳ ବିବାଦକୁ ନେଇ ଦ୍ୱନ୍ଦ୍ୱ। ଗ୍ରାଉଣ୍ଡ ରିପୋର୍ଟ କହୁଛି ୩୦ ପ୍ରତିଶତ କମିଛି ଅଣମୌସୁମୀ ଜଳ ପ୍ରବାହ। କିଏ କହୁଛନ୍ତି ସତ? ଜଳ ସମ୍ପଦ ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ନା ମନ୍ତ୍ରୀ, ନା ଗ୍ରାଉଣ୍ଡ ଜିରୋ ରିପୋର୍ଟ। କାହା ସହିତ କହାର ତାଳମେଳ ନାହିଁ। ମହାନଦୀର ବାସ୍ତବ ସ୍ଥିତି କ’ଣ? ଅଣମୌସୁମି ସମୟରେ ମହାନଦୀରେ ଜଳ ପ୍ରବାହ କମିଛି ନା ସ୍ଥିର ଅଛି। ଗୋଟିଏ ପଟେ ବର୍ଷା ରୁତୁରେ ମହାନଦୀ ବନ୍ୟାରେ ବୁଡାଇ ଦେଉଛି। ଅଥଚ ଗ୍ରୀଷ୍ମରେ ମହାନଦୀର ଧାର ଶୁଖିଯାଉଛି। ଗ୍ରାଉଣ୍ଡ ରିପୋର୍ଟ କହୁଛି, ମହାନଦୀରେ କମିଛି ୩୦ ପ୍ରତିଶତ ଅଣମୌସୁମୀ ଜଳ ପ୍ରବାହ। ହେଲେ ବିଭାଗୀୟ ଯନ୍ତ୍ରୀ କହୁଛନ୍ତି ପୂର୍ବ ବର୍ଷ ଏବଂ ଚଳିତ ବର୍ଷ ମହାନଦୀରେ ଜଳ ପ୍ରବାହ ଠିକଠାକ ଅଛି। ତେବେ ଏ ସବୁ ଭିତରେ ବିଭାଗୀୟ ମନ୍ତ୍ରୀ ମହାନଦୀକୁ ନେଇ ସଠିକ ତଥ୍ୟ ଦେବା ବଦଳରେ କେବଳ ଜଳବିବାଦ ଟ୍ରିବ୍ୟୁନାଲ କଥା କହୁଛନ୍ତି।
ମାତ୍ର ଦିନକ ଭିତରେ ବଦଳି ଯାଉଛି ସରକାରୀ ମତ। ମନ୍ତ୍ରୀ ବନାମ ଯନ୍ତ୍ରୀ। ସେପଟେ ଯଦି ଦେଖିବା ଓଡିଶାର ଜୀବନରେଖା ମହାନଦୀ ଓ ହୀରାକୁଦ ବନ୍ଧ ଥାଇ ଯାହା ନ ଥାଇ ତାହା। ତେବେ ପ୍ରଶ୍ନ କାହା ପାଖରେ ଅଛି ସଠିକ ତଥ୍ୟ। ନାଁ ତଥ୍ୟ ନଥାଇ ବାଉଳା ସରକାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now