ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ

Spread the love

ମାଲକାନଗିରି ଡିଏନକେ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସାଇକେଲକୁ ପଛପଟୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ମା’ ର ମୃତୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛି । ସୂଚନା ମୁତାବକ, ୩୨୬ ନଂ ଜାତୀୟ ରାଜପଥ ଦେଇ ତେଲେଙ୍ଗାନା ଯାଉଥିଲା ଟ୍ରକ୍। ସେହି ରାସ୍ତା ଦେଇ ମା ଓ ପୁଅ ସାଇକେଲରେ ଯାଉଥିବା ସମୟରେ ଧକ୍କା ଦେଇଥିଲା ଟ୍ରକ୍ । ତେବେ ଘଟଣାସ୍ଥଳରେ ମା’ ର ମୃତ୍ୟୁ ଘଟିଛି । ଗୁରୁତର ପୁଅକୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *