କୁନ୍ଦନରେ ତିନି ଠାକୁରଙ୍କ ଆକର୍ଷଣୀୟ କଳାକୃତି

କୁନ୍ଦନରେ ତିନି ଠାକୁରଙ୍କ ଆକର୍ଷଣୀୟ କଳାକୃତି ନିର୍ମାଣ କରିଛନ୍ତି ବ୍ରହ୍ମପୁର ଆମ୍ୱପୁଆ ମାରୁତି ନଗରର ଶିଳ୍ପୀ ମନୀଷା କୁମାରୀ ପଣ୍ଡା । ରଥଯାତ୍ରା ଉପଲକ୍ଷେ ଏଭଳି କଳାକୃତି କରିଛନ୍ତି ମନୀଷା । ଗୋଟିଏ ଦିନରେ କୁନ୍ଦନରେ ଏଭଳି ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ କଳାକୃତି କରିଛନ୍ତି। ଏହି କଳାକୃତିରେ ମୁକ୍ତି, ମାଳି, କାଚ ସହ ବିଭିନ୍ନ ସାମଗ୍ରୀକୁ ବ୍ୟବହାର କରି ତିନି ଠାକୁରଙ୍କ ନିର୍ମାଣ କରିଛନ୍ତି । ଏହି କଳାକୃତି କରିବା ପାଇଁ ମନୀଷାଙ୍କ ପରିବାରର ସଦସ୍ୟମାନେ ତାଙ୍କୁ ସହଯୋଗ କରିଥିଲେ । ମନୀଷା ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ବେଳେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ଏଭଳି ତିନି ଠାକୁରଙ୍କ କୁନ୍ଦନରେ କଳାକୃତି କରିଛନ୍ତି। ଗତବର୍ଷ ମନୀଷା ୧୦୮ ଜଗନ୍ନାଥଙ୍କ କଳାକୃତି, ୨୦୨୨ରେ ଜଗନ୍ନାଥଙ୍କ ନବଗୁଞ୍ଜର ବେଶ ପଟ୍ଟଚିତ୍ରରେ କରି ନ୍ୟାସନାଲ ବୁକ ଅଫ ରେକର୍ଡ଼ରେ ସାମିଲ ହୋଇଥିଲେ । ବର୍ତ୍ତମାନ କୁନ୍ଦନରେ ଅତି ସୁନ୍ଦର ଭାବେ ତିନି ଠାକୁରଙ୍କ କଳାକୃତି କରିଥିବା ବେଳେ ଏହା ଗିନିସ୍‌ ୱାଲ୍ଡ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ମନୀଷା । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *