ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ : ଘର ସହ ଜଳିଗଲେ ଭାଇଭଉଣୀ

ସ୍ୱାଧୀନତା ଦିବସରେ ଅଘଟଣ। କେନ୍ଦ୍ରାପଡ଼ା ରାଜନଗର ବ୍ଲକ ବଳରାମପୁର ଗାଁରେ ଘର ସହ ଜଳିଗଲେ ଭାଇଭଉଣୀ। ସକାଳେ ସୁକାନ୍ତ ସାହାଣୀଙ୍କ ଘରେ ଗ୍ୟାସ ଟାଙ୍କି ଫାଟିଯିବାରୁ ବିସ୍ଫୋରଣ ହୋଇଥିଲା । ଘର ଭିତରେ ଦୁଇ ଭାଇଭଉଣୀ ଥିବା ବେଳେ ବିସ୍ଫୋରଣରେ ଉଭୟଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ପରେ ନିଆଁ ବ୍ୟାପିବାରୁ ଉଭୟଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା । ମୃତକ ହେଲେ ୧୧ ବର୍ଷର ଅନୁପମା ଓ ଭାଇ ରିଷି ସାହାଣୀ । ବାପା ସୁକାନ୍ତ ରୋଜଗାର ଆଶାରେ ରାଜ୍ୟ ବାହାରେ ଦାଦନ ଖଟୁଥିବା ଜଣାପଡ଼ିଛି । ମାଆ ଅନିତା ଘର ବାହାରେ କମ କରୁଥିବା ବେଳେ ବିସ୍ଫୋରଣ ହେବାରୁ ତାଙ୍କ ଜୀବନ ମଧ୍ୟ ବର୍ତ୍ତି ଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *