ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ୯ ହାଇସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନିତ

Spread the love

ଗଞ୍ଜାମ : ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ୯ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନିତ (ଅପଗ୍ରେଡେସନ) କରାଯାଇଛି । ସେଗୁଡିକ ହେଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଜବାହାର ଜ୍ୟୋତି ବିଦ୍ୟାପୀଠ ଓ ବୋରଦାର କଳିଙ୍ଗପଦର ଏନଏସି ହାଇସ୍କୁଲ, ଭଞ୍ଜନଗର ବ୍ଲକର ମୁଜାଗଡ଼ ହାଇସ୍କୁଲ, ଦିଗପହଣ୍ଡି ବ୍ଲକର ବୋରିପଦର ହାଇସ୍କୁଲ, ଖଲ୍ଲିକୋଟ ବ୍ଲକର ଖଜାପଲ୍ଲୀ ହାଇସ୍କୁଲ, କବିସୂର୍ଯ୍ୟନଗର ବ୍ଲକର ଏ. ବରିଡା, ଦଧିବାମନ ହାଇସ୍କୁଲ ଏବଂ ହିଞ୍ଜିଳିକାଟୁ ବ୍ଲକର କଞ୍ଚୁଡୁ ହାଇସ୍କୁଲ । ଏ ସମସ୍ତ ହାଇସ୍କୁଲ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହୋଇଥିବା ବେଳେ ୨୦୨୩ -୨୪ ଶିକ୍ଷାବର୍ଷ ପାଇଁ କେବଳ ଯୁକ୍ତ ୨ କଳାରେ ୧୨୮ ଲେଖାଏଁ ସିଟ୍ ରଖାଯାଇଛି ।

୨ଟି ବାଧ୍ୟତାମୂଳକ ବିଷୟ ଇଂରାଜୀ ଓ ମାତୃଭାଷା ରହିଥିବା ବେଳେ ୪ଟି ଇଚ୍ଛାଧିନ (ଅପ୍ସନାଲ), ରାଜନୀତି ବିଜ୍ଞାନ, ଇତିହାସ, ଅର୍ଥନୀତି ଓ ଓଡ଼ିଆ ବିଷୟ ରହିଛି । ଉକ୍ତ ଶିକ୍ଷାନୁଷ୍ଠାନ କିମ୍ବା ଏହାର ଆଖପାଖର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ଯୁକ୍ତ ୨ କଳା ଶ୍ରେଣୀରେ ନାମ ଲେଖାଇବା ପାଇଁ ଅଫ୍ ଲାଇନ୍ ରେ ଆବେଦନ କରିବାକୁ ସୁଯୋଗ ଦିଆଯାଇଛି । ଆସନ୍ତା ୧୯ ତାରିଖରୁ ଏହି ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ କରାଯିବ ବୋଲି ସୂଚନା ମିଳିଛି । 

Leave a Reply

Your email address will not be published. Required fields are marked *