ଭୁବନେଶ୍ୱର : ରାଜ୍ୟରେ ଅସ୍ୱାଭାବିକ ପାଣିପାଗ । ଗୋଟିଏ ପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅନ୍ୟପଟେ ଉପକୂଳରେ ଗୁଳୁଗୁଳି ଅନୁଭୂତ ହୋଇଛି ।
ଗତକାଲି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ଆଦ୍ରତା ୨୨ ପ୍ରତିଶତ ରହିଥିବା ବେଳେ ତାପମାତ୍ରା ୪୨.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ସମ୍ବଲପୁରରେ ଆଦ୍ରତା ୩୯ ପ୍ରତିଶତ, ତାପମାତ୍ରା ୩୯.୨ ଡ଼ିଗ୍ରୀ । କେନ୍ଦୁଝରରେ ଆଦ୍ରତା ୫୦ ପ୍ରତିଶତ, ତାପମାତ୍ରା ୩୭.୬ ଡ଼ିଗ୍ରୀ । ହୀରାକୁଦରେ ଆଦ୍ରତା ୪୩ ପ୍ରତିଶତ, ତାପମାତ୍ରା ୩୭.୪ ଡ଼ିଗ୍ରୀ । ଚାନ୍ଦବାଲିରେ ଆଦ୍ରତା ୬୬ ପ୍ରତିଶତ, ତାପମାତ୍ରା ୩୬.୬ ଡ଼ିଗ୍ରୀ । ଭୁବନେଶ୍ୱରରେ ଆଦ୍ରତା ୫୯ ପ୍ରତିଶତ, ତାପମାତ୍ରା ୩୫.୬ ଡ଼ିଗ୍ରୀ । ଗୋପାଳପୁରରେ ଆଦ୍ରତା ୭୪ ପ୍ରତିଶତ, ତାପମାତ୍ରା ୩୫.୦ ଡ଼ିଗ୍ରୀ । ପାରାଦ୍ୱୀପରେ ଆଦ୍ରତା ୭୧ ପ୍ରତିଶତ, ତାପମାତ୍ରା ୩୪.୦ ଡ଼ିଗ୍ରୀ । ବାଲେଶ୍ୱରରେ ଆଦ୍ରତା ୭୯ ପ୍ରତିଶତ, ତାପମାତ୍ରା ୩୧.୮ ଡ଼ିଗ୍ରୀ ଏବଂ ପୁରୀରେ ଆଦ୍ରତା ୮୩ ପ୍ରତିଶତ ଏବଂ ତାପମାତ୍ରା ୩୩.୨ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now