ଧାନ ମଣ୍ଡି ଅବ୍ୟବସ୍ଥା ନେଇ ସାମ୍ୱାଦିକ ସମ୍ମିଳନୀ

ଧାନ ମଣ୍ଡି ଅବ୍ୟବସ୍ଥା ନେଇ ସାମ୍ୱାଦିକ ସମ୍ମିଳନୀ। ବିଜେପି ଉପର ବର୍ଷିଲେ ବିଧାୟକ ସାଗର ଚରଣ ଦାସ । ମଣ୍ଡି ଅବ୍ୟବସ୍ଥା, ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିବା ଅଭିଯୋଗ।  ମିଲ ମାଲିକଙ୍କ ଠାରୁ ଚାନ୍ଦା ନେଉଛନ୍ତି ବିଜେପି ର ବଡ ବଡ଼ ନେତା ଓ ମନ୍ତ୍ରି । ସୁରୁଖୁରୁ ରେ ମଣ୍ଡି ନ ଚାଲିଲେ ହେବ ଜୋରଦାର ଆନ୍ଦୋଳନ । ଭବାନୀପାଟଣା ଠାରେ ସାମ୍ୱାଦିକ ସମ୍ମିଳନୀ ରେ ରାଜ୍ୟ ଓ କେନ୍ଦ୍ର ବିଜେପି ସରକାର ଉପର ବର୍ଷିଲେ ସଦର ବିଧାୟକ ସାଗର ଚରଣ ଦାସ। ମଣ୍ଡିର ବିଭିନ୍ନ ସମସ୍ୟାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସାଗର ଚରଣ ଦାସ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମଣ୍ଡି ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର କଟନି ଛଟନୀ ହେବ ନହିଁ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ସାରା ଜିଲ୍ଲାର ସମସ୍ତ ମଣ୍ଡି ମାନଙ୍କରେ ୫ କେଜିରୁ ୭ କେଜି ଲେଖାଏଁ କଟନି ଛଟନୀ ହେଉଥିବା ବେଳେ ଚାଷୀ ମଣ୍ଡିରେ ଶୋଷଣର ଶିକାର ହେଉଛନ୍ତି। ସମସ୍ତ ମଣ୍ଡିମାନଙ୍କରେ ମିଲର୍ସମାନଙ୍କ ରାଜୁତି ଚାଲୁଥିବା ବେଳେ ମଣ୍ଡି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବିଜେପିର ବଡ ବଡ଼ ନେତା ଓ ମନ୍ତ୍ରୀ ମାନେ ଚାନ୍ଦା ନେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସାଗର ଚରଣ ଦାସ। ଏନେଇ ସଦର ବିଧାୟକ ସାଗର ଚରଣ ଦାସ କହିଛନ୍ତି ଯେ, ” ଆଜି  ଆମେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ୪ ଟି ମଣ୍ଡି ପରିଦର୍ଶନ କରିଥିଲୁ । ସମସ୍ତ ଧାନ ମଣ୍ଡି ମାନଙ୍କରେ ବହୁତ ଅବ୍ୟବସ୍ଥା ରହିଛି।  ଆସନ୍ତା ଦିନର ମଣ୍ଡିରେ ପରିବର୍ତ୍ତନ ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସେ ପ୍ରକାଶ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *