କେବେ କାର୍ଯ୍ୟାଳୟ କାନ୍ଥ ପାନ ଛେପ ମୁକ୍ତ ହେବ?

Spread the love

ନିମାପଡା: ୩୨ଟି ପଂଚାୟତକୁ ନେଇ ନିମାପଡା ବ୍ଲକ ଗଠିତ । ପ୍ରତେକ ଦିନ ଶହ ଶହ ଲୋକ ନିଜର କାର୍ଯ୍ୟ ପାଇଁ ଏଠାକୁ ଆସିଥାନ୍ତି । ବ୍ଲକର ସ୍ୱଛତା କଥା ନ କହିବା ଭଲ । ପ୍ରତ୍ୟେକ କାର୍ଯ୍ୟାଳୟର କାନ୍ଥରେ ପାନ ଛେପ ଓ କୋଣ ମାନଙ୍କରେ ଅଳିଆ ଗଦା ହୋଇଛି । ଫାଇଲ ସବୁ ଗଣ୍ଠିଲି ହୋଇ ଅଳିଆ ଗଦାରେ ପଡି ରହିଛି । ମାସକରେ ଥରେ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଥାଏ । ମାତ୍ର ଏହି ଅଳିଆ ଆବର୍ଜନା ଉପରେ ଯେପରି କାହାରି ନଜର ନାହିଁ ।

ନିମାପଡା ବ୍ଲକରେ ଯେଉଁଆଡେ ନଜର ପକାଇବେ ସେଆଡେ଼ ଦେଖିବେ ପାନ ଛେପର ରଙ୍ଗିନ ଚିତ୍ର । ଟିକେ ନଜର ପକାନ୍ତୁ ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରତ୍ୟେକ ପାହାଚ କଣରେ ପଡିଛି ପାନ ଛେପ । ଆବାସ ଯୋଜନା କାର୍ଯ୍ୟାଳୟ ଉପରେ ଟିକେ ନଜର ପକାନ୍ତୁ କିପରି କାନ୍ଥ କଣରେ ପାନ ଛେପ ପାନ ଖଦଡା ଗଦା ହୋଇଛି । ଏପଟେ ପଂଚାୟତ ଅଧିକାରୀ ଜେଇଙ୍କ କାର୍ଯ୍ୟାଳୟ ପାଖରେ ପ୍ରତ୍ୟେକ କୋଣରେ ପାନ ଛେପ ଅଳିଆ ପଡିଥିବା ଦେଖିବାକୁ ମିଳିଛି ।

ଏପଟେ ସ୍ଵଚ୍ଚ ଭାରତ ମିଶନ ପାଇଁ ଅନୁଦାନ ଆସୁଛି । ମାତ୍ର ସ୍ୱଛତା ଉପରେ କାହାର ନଜର ନାହିଁ । ଏ ଦୃଶ୍ୟକୁ ଦେଖନ୍ତୁ ଏ ହେଉଛି ଆସିଷ୍ଟାଣ୍ଟ ଇଞ୍ଜିନିଅର ଏବଂ ଅନ୍ୟ ଜେଈ ମାନଙ୍କର କାର୍ଯ୍ୟାଳୟ । କାର୍ଯ୍ୟାଳୟର କାନ୍ଥରେ ରଂଗୀନ ପାନ ଛେପର ଦୃଶ୍ୟ । ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ଆଗ ସାମ୍ନା ଦେଖନ୍ତୁ ପାନ ଛେପ ପାନ ଖଦଡା ଗଦା ହୋଇ ଗଲାଣି । ଏନେଇ ଆମେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପଚାରି ଥିଲୁ ସେ ପ୍ରତିଶ୍ରୁତି ଦେଇଛନ୍ତି ବ୍ଲକ ପରିସରକୁ ପାନ ଛେପରୁ ମୁକ୍ତ ରଖିବା ସହ ପରିବେଶ ସ୍ଵଚ୍ଚ ରଖିବା ପାଇଁ ପଦକ୍ଷେପ ନେବେ ।

ତେବେ ନିମାପଡା ବ୍ଲକରେ କେବେ ସ୍ଵଚ୍ଚ ଭାରତ ମିଶନ କାର୍ଯ୍ୟକାରୀ ହେବ । ପାନ ଛେପ କେବେ କାର୍ଯ୍ୟାଳୟର କାନ୍ଥରୁ ହଟିବ ତାହା ଦେଖିବାକୁ ବାକି ରହିଲା ।

ନିବେଦିତା ମିଶ୍ର

Leave a Reply

Your email address will not be published. Required fields are marked *