ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ – ୯୬.୪୦ ପ୍ରତିଶତ ଛାତ୍ରଛାତ୍ରୀ ହେଲେ ପାସ୍

Spread the love

ଆଜି ଦିନ ଦଶଟା ସମୟରେ କଟକ ବୋର୍ଡ କାର୍ଯ୍ୟାଳୟରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରେଜଲ୍ଟ ଉନ୍ମୋଚନ କରିଛନ୍ତି। ଏ ବର୍ଷ ପାସ୍‌ ହାର ରହିଛି ୯୬.୪୦% । ମାଟ୍ରିକ ରେଜଲ୍ଟ ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଏଥର ମଧ୍ୟ ପୁଅଙ୍କ ତୁଳନାରେ ଝିଅ ମାରିଲେ ବାଜି, ଛାତ୍ରୀଙ୍କ ପାସ୍‌ ହାର ୯୭.୦୫% ଥିବାବେଳେ ଓ ଛାତ୍ରଙ୍କ ପାସ୍‌ ହାର ରହିଛି ୯୫.୭୫% ।

ଛାତ୍ରଛାତ୍ରୀ ମାନେ www. bseodisha.ac.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଚେକ୍‌ କରିପାରିବେ। SMS ମାଧ୍ୟମରେ ମଧ୍ୟ OR10 ଲେଖି ସ୍ପେଶ୍‌ ଦେବା ପରେ ନିଜ ରୋଲ୍ ନମ୍ବରକୁ ଟାଇପ୍‌ କରି 5676750 ନମ୍ବରକୁ ପଠାଇ ରେଜଲ୍ଟ ଜାଣିପାରିବେ।

ପରୀକ୍ଷା ଫଳକୁ ନେଇ ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥିଲେ ପରୀକ୍ଷାର୍ଥୀମାନେ ଗୋଟିଏ ମାସ ମଧ୍ୟରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଲା ୦୬୭୧-୨୪୧୫୪୬୦।

Leave a Reply

Your email address will not be published. Required fields are marked *