ଚିତ୍ରକୋଣ୍ଡା ପୁଲିସ ବେଆଇନ ଗୋ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି।କିଛିଦିନ ହେବ ସାରା ରାଜ୍ୟରୁ ବେଆଇନ ଗୋ ଚାଲାଣ ଖବର ଆସୁଥିବାବେଳେ।ଚିତ୍ରକୋଣ୍ଡା ଗ୍ରାମ ଦେଇ ପ୍ରତିଦିନ ୨୦ ରୁ ୩୦ ଗାଈକୁ କିଛି ଗୋ ମାଫିଆ ଚଲେଇ ଚଲେଇ ନେଉଥିବା ଦେଖିବାକୁ ମିଳିଥିଲା ।ଚିତ୍ରକୋଣ୍ଡା ଅଞ୍ଚଲଟି ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳ ହୋଇଥିବା କାରଣରୁ ଚିତ୍ରକୋଣ୍ଡା ଦେଇ ଆନ୍ଦ୍ରପ୍ରଦେଶକୁ ଗାଈ ନେବାକୁ ଗୋ ମାଫିଆଙ୍କ ସୁବିଧା ହେଉଛି।ସେମାନେ ଚିତ୍ରକୋଣ୍ଡା ଠାରୁ ଆନ୍ଧ୍ରପ୍ରଦେଶ ସୀମାନ୍ତ ପର୍ଯ୍ୟନ୍ତ ଗାଈ ମାନଙ୍କୁ ନେବାପରେ ସେଠାରୁ ବଡ ଗାଡ଼ି ମାଧ୍ୟମରେ ଚାଲାଣ କରୁଛନ୍ତି। ଚିତ୍ରକୋଣ୍ଡା ଦେଇ ମାଫିଆ ମାନେ ୯ ଗୋଟି ଗାଈଙ୍କୁ ନେଉଥିବାବେଳେ ଅପରେଟର କଲୋନୀ ନିକଟରେ ଗ୍ରାମର ଲୋକମାନେ ଗାଈ ମାନଙ୍କୁ ଅଟକାଇ ଚିତ୍ରକୋଣ୍ଡା ଥାନାକୁ ଖବର ଦେଇଥିଲେ।ପୁଲିସ ଗ୍ରାମରେ ପହଞ୍ଚି ଗାଈ ମାନଙ୍କୁ ରଖିବା ସହ ୨ ଜଣ ଗୋ ଚାଲାଣ କରି ଗିରଫ କରିଛି।ଗୋ ଚାଲାଣ ନେଇ ଚିତ୍ରକୋଣ୍ଡା ଥାନାରେ କେସ ରୁଜୁ ହୋଇଛି।ଆନ୍ଦ୍ରପ୍ରଦେଶର ୨ ଜଣ ଗୋ ଚାଲାଣ କାରି ପଦ୍ମ କ୍ଷେମୁଡୁ ଓ ସାତେ ପାଙ୍ଗିକୁ ଗିରଫ କରିଛି। ଅପରେଟର କଲୋନୀ ଗ୍ରାମର ଲୋକଙ୍କ କହିବାକଥା ତାଙ୍କ ଗ୍ରାମ ଦେଇ ପ୍ରତିଦିନ ୨୦ ରୁ ୩୦ ଗାଈ ଚାଲାଣ କାରି ମାନେ ନେଉଛନ୍ତି ପ୍ରଶାସନ ଏହାପରେ ପଦକ୍ଷେପ ନେଇ କିପରି ଏହି ଗୋ ଚାଲାଣ ବନ୍ଦ ହେଇପାରିବ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now