ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ

Spread the love

()ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ। ରାଜଭବନ ଆସି ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ। ସଂଖ୍ୟା ଗରିଷ୍ଠତା ହରେଇବା ପରେ ଆଜି ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫା ଦେଇଛନ୍ତି ନବୀନ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବିଜେଡି ସରକାରକୁ ଲୋକେ କ୍ଷମତାଚ୍ୟୁତ କରିଛନ୍ତି ।

ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷରୁ ଅଧିକ ସମୟର ଶାସନରେ ପଡିଲା ପୂର୍ଣ୍ଣଚ୍ଛେଦ। ଓଡ଼ିଶାରେ ବିଜେପିକୁ ମିଳିଲା ସ୍ପଷ୍ଟ ବହୁମତ। ଓଡିଶାରେ ସରକାର ଗଠନର ମ୍ୟାଜିକ ନମ୍ୱର ୭୪ ଥିବା ବେଳେ ବିଜେପି ଏହାକୁ ପାର କରି ପାଇଛି ୭୮ ଆସନ। କେବଳ ସେତିକି ନୁହେଁ ଲୋକସଭା ଆସନରେ ମଧ୍ୟ  ବାଜି ମାରିଛି ବିଜେପି। ମୋଟ ୨୧ ଆସନରୁ ବିଜେପି ଖାତାକୁ ଯାଇଛି ୨୦ ଆସନ।

Leave a Reply

Your email address will not be published. Required fields are marked *