ବାବା ସାହେବ ଆମ୍ବେଦକରଙ୍କ ବିରୋଧରେ ଗୃହମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛି ଯୁବ କଂଗ୍ରେସ। ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ ପଦଯାତ୍ରା ପ୍ରଦର୍ଶନ କରାଯାଇଛି। ଏହି ପଦଯାତ୍ରାକଂଗ୍ରେସ ନେତା ଓ କର୍ମୀ ଏକାସାଙ୍ଗରେ କଂଗ୍ରେସ ଭବନରୁ ବାହାରି ଏଜି ଛକରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲେ । ତୁରନ୍ତ ଗୃହମନ୍ତ୍ରୀ ଅମିତ ଶାହା କ୍ଷମା ପାର୍ଥନା କରିବା ସାହା ଇସ୍ତଫା ନ ଦେଲେ ଆଗାମୀ ଦିନରେ ସାର ରାଜ୍ୟବ୍ୟାପୀ ଆନ୍ଦୋଳନ ଜୋରଦାର କରିବ ଯୁବ କଂଗ୍ରେସ। ଏହାସହ ଅମିତ ଶାହାଙ୍କ ଓଡିଶା ଗସ୍ତକୁ ମଧ୍ୟ ବିରୋଧ କରାଯିବ। କଳାପତାକା ପଦର୍ଶନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ଯୁବ କଂଗ୍ରେସ ନେତା।
Naxatra News is now on Whatsapp
Join and get latest news update delivered to you via whatsapp
Join Now