ବରଗଡ ଜିଲ୍ଲା ଭଟଳି ବ୍ଲକ କମଗାଁ ପଞ୍ଚାୟତର ଋଷିପାଳି ଗ୍ରାମରେ ଅସହାୟ ମଧୁମିତା ବରିହାଙ୍କ ପରିବାର। ପରିବାର କହିଲେ ମା ଓ ଝିଅ । ଝିଅ ନୀହାରିକା ହେଉଛି ମାନସିକ ବିକାର ଗସ୍ତ । ପୂର୍ବରୁ ସ୍ଵାମୀଙ୍କ ମୃତ୍ୟୁ ପରେ ଦୁଇ ବର୍ଷ ହେଲା ତାଙ୍କ ଶ୍ଵଶୁର ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି । ତା ପରେ ମଧ୍ୟ ସବୁ ଦୁଃଖ କ୍ଳେଶ ସହି ଏକମାତ୍ର ଝିଅକୁ ମଣିଷ କରିବାକୁ ଲାଳନ ପାଳନ କରିଥିଲେ । ହେଲେ ଦଇବ ଦାଉ ସାଧିଲା ଏବଂ ଝିଅ ମାନସିକ ବିକାରଗ୍ରସ୍ତ ହୋଇ ଏଣେତେଣେ ବୁଲିବା ସହ ଲୋକଙ୍କୁ ଟେକା ପଥର ମାଡ଼ କଲା । ଯାହାଫଳରେ ସେ ଭଲ ପାଠ ପଢୁଥିଲେ ମଧ୍ୟ ସ୍କୁଲ ଯିବାକୁ ଡୋରି ବନ୍ଧାହେଲା । ଚିକିତ୍ସା ପାଇଁ ବରଗଡ଼, ସମ୍ବଲପୁର ଓ ବୁର୍ଲ୍ଲା ବଡ ମେଡିକାଲରେ ଗଲେ , ମାତ୍ର ପଇସା ସରିଗଲା ହେଲେ କୌଣସି ସୁଫଳ ମିଳିଲା ନାହିଁ । ଭାଗ୍ଯର ବିଡମ୍ବନା ଯେଉଁ ସମୟରେ ଝିଅଟି ଖେଳିବା ବୁଲିବା କଥା ସେହି ସମୟରେ ଝିଅଟିର ହାତ ଗୋଡରେ ଶିକୁଳି ବନ୍ଧା ଯାଇଛି । କାମ କରିବାକୁ ଇଚ୍ଛା ଥିଲେ ବି ଯାଇପାରନ୍ତି ନାହିଁ ମଧୁମିତା । ଝିଅର ସେବା କରିବାରେ ତାଙ୍କର କେତେବେଳେ ସକାଳ ହୋଇ ପୁଣି ରାତି ହୋଇଯାଏ ଜାଣି ପାରନ୍ତି ନାହିଁ । ବର୍ତମାନ ସରକାରୀ ସାହାଯ୍ଯ କହିଲେ ବିଧବା ଭତ୍ତା ସହିତ ବିପିଏଲ୍ ଚାଉଳ ୧୦ କେଜି ଯାହା ସମୁଦ୍ରକୁ ଶଙ୍ଖେ ପରି । କିଛି ଉପାୟ ନପାଇ ମାଁ ଝିଅ ଏବେ ଅସହାୟ ହୋଇ ପଡିଥିବା ବେଳେ ଝିଅକୁ ଚିକିତ୍ସା ସେବା ଯୋଗାଇ ଦେବାକୁ ମା ମଧୁମିତା ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି । ତେବେ ଏନେଇ ବରଗଡ଼ ଉପ ଜିଲ୍ଲାପାଳ ଯଥାଶୀଘ୍ର ଏକ ଡ଼ାକ୍ତରୀ ଦଳ ପଠାଇବା ସହ ସରକାରୀ ଯୋଜନାରେ ତାଙ୍କୁ ସାମିଲ କରାଯାଇ ଝିଅକୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now