ସମ୍ୱଲପୁରୀ ଦିନ୍ ଧୂମଧାମରେ ପାଳିତ

ଆଜି ସମ୍ୱଲପୁରୀ ଦିନ। ଅଗଷ୍ଟ ୧ତାରିଖକୁ ସାରା ଓଡିଶାରେ ସମ୍ୱଲପୁରୀ ଦିନ୍ ଭାବରେ ପାଳନ କରାଯାଏ। ଆଜିର ଦିନରେ ସମ୍ୱଲପୁରୀ ପିନ୍ଧିବା, କହିବା ଏବଂ ସମ୍ୱଲପୁରୀ ନାଚ ଗୀତରେ ଦୁଲୁକୁଛି ସାରା ଓଡିଶା। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବ୍ଲକ ଛକଠାରେ ବଡ ଧୂମଧାମରେ ପାଳିତ ହୋଇଯାଇଛି ସମ୍ୱଲପୁରୀ ଦିନ। ସୋନପୁର ସହରରେ ଜନ୍ମୀତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଜୟନ୍ତୀକୁ ମନେ ରଖିବା ପାଇଁ ପଶ୍ଚିମ ଓଡିଶା ଏକତା ମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁର ପୌରପରିଷଦର ଅଧ୍ୟକ୍ଷା ତାମସ୍ମୀତା ନାୟକ ଓ ସମିତି ସଭ୍ୟ ମଧୁସୁଦନ ଓତା ପ୍ରମୁଖ ଯୋଗ ଦେଇ ସତ୍ୟନାରାୟଣ ବହିଦାରଙ୍କ ଫଟୋ ଚିତ୍ରରେ ମାଲ୍ୟାଅର୍ପଣ କରିବା ସହ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହି ଅବସରରେ ଲେଖକ ଯୁଧିଷ୍ଟିର ଖମାରୀଙ୍କ ଲିଖିତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୀବନୀ ଉପରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ସରସ ସୁନ୍ଦର କରି ପାଳନ କରାଯିବ ବୋଲି କହିଛନ୍ତି ପଶ୍ଚିମ ଓଡିଶା ଏକତା ମଞ୍ଚର କର୍ମକର୍ତ୍ତା ମାନେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *