ଭୁବନ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡିଜିଟାଲ ଏକ୍ସରେ ଆରମ୍ଭ

Spread the love

ଭୁବନ : ଢ଼େଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ଡିଜିଟାଲ ଏକ୍ସରେ ମେସିନ କାର୍ଯ୍ୟକ୍ଷମ ହୋଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ଶୁଭ ଉଦଘାଟନ କରିଥିଲେ । ମେଡିକାଲ୍ ଅଫିସର ଡ ରମେଶ କୁମାର ସାହୁ, ଏକ୍ସ ରେ ଟେକ୍ନିଶିଆନ ନିରୁପମା ବେହେରା , ମେଲ ହେଲ୍ଥ ୱକ୍ଷର୍କର ଅଜିତ କୁମାର ଦାଶ,ୱାର୍ଡ ଆଟେନ୍ନାଂଟ ଶିବପ୍ରସାଦ ମିଶ୍ର ରେକର୍ଡ କିପର ଲିଜା ରଣା ଏବଂ ଆକାଉଂଟାଂଟ ଶୁଭକାନ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଭୁବନ ବାସୀ ଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି । ଅର୍ଥୋପେଡିକ ରୋଗୀମାନେ ଏଥି ପାଇଁ ବହୁ ହିନସ୍ଥା ହେଉଥିଲେ ଓ ପରୀକ୍ଷା ପାଇଁ ଖର୍ଚ୍ଚାନ୍ତ ହୋଇ ଢ଼େଙ୍କାନାଳ, କଟକ ଯାଉଥିଲେ ।

Leave a Reply

Your email address will not be published. Required fields are marked *