ସହିଦ ବୀର ପୁଅଙ୍କୁ ଝୁରୁଛୁ ଜନ୍ମମାଟି

Spread the love

କେନ୍ଦ୍ରାପଡ଼ା: ବେକରେ ଗୁଳି ବାଜିଲା, ତଥାପି ହାରିଲେ ନାହିଁ ବିଏସଏଫ ଯବାନ ସଞ୍ଜୀବ। ବେକରେ ବାରମ୍ବାର ଅସ୍ତ୍ରୋପ୍ରଚାର ସତ୍ୱେ ବି ଦେଶ ସେବା କରିବାର ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ନିଜ କର୍ମକ୍ଷେତ୍ର କୁ ପୁଣି ଫେରାଇ ଆଣିଥିଲା। କିନ୍ତୁ ଦେଶ ପାଇଁ ଶତ୍ରୁ ଙ୍କ ସହ ଯୁଦ୍ଧ କରୁଥିବା ସଞ୍ଜୀବ ଜୀବନ ଯୁଦ୍ଧ ସହିଦ ହୋଇଗଲେ। ଏନେଇ ତାଙ୍କ ଜନ୍ମ ଭୂମି କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଖମଳ ଗାଁରେ ତୋପ ସାଲାମୀ ଦିଆଯାଇ ଶେଷକୃତ୍ୟ କରାଯାଇଛି।

ବାହୁନି ବାହୁନି କାନ୍ଦୁଛନ୍ତି ପରିବାର ଲୋକେ।  ଆମକୁ ସୁରକ୍ଷା ଦେବା ପାଇଁ  ଯବାନମାନେ ସୀମାରେ ଜୀବନକୁ ପାଣି ଛଡାଇ ଶତ୍ରୁ ସହ ମୁକାବିଲା କରିଥାନ୍ତି। ସେହିପରି କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଖମଳ ଗାଁର ବୀର ଯବାନ ସଞ୍ଜୀବ କୁମାର ବାରିକ। ବିଏସଏଫରେ କାର୍ଯ୍ୟରତ ଥିବାବେଳେ ୨୦୧୬ ଡିସେମ୍ବର ୩ରେ  ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇ ବେକରେ ଗୁଳି ମାଡ଼ ଖାଇଥିଲେ। ଆହତ ପରେ ମଧ୍ୟ ଚାକିରିରୁ ଅବସର ନ ନେଇ ପୁଣି କର୍ମକ୍ଷେତ୍ରକୁ ଫେରିଥିଲେ। ବେକରେ ପ୍ରତିବର୍ଷ ବାରମ୍ବାର ଅସ୍ତ୍ରୋପ୍ରଚାର କରିବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ଗତ ୭ ତାରିଖରେ  ଜାମ୍ମୁ ଇନଦ୍ରେଶ୍ୱର ନଗରରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସଞ୍ଜୀବଙ୍କ ମୃତଦେହ ଜନ୍ମମାଟିରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସଞ୍ଜୀବଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତ୍ୟୁ ବେଳକୁ ସହିଦ ଯବାନ ସଞ୍ଜୀବ କୁମାର ବାରିକଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ହେଲେ ଆହୁରି ଦେଶ ସେବା କରିବାକୁ ଖୁବ ଇଚ୍ଛା ରହିଥିଲା ସଞ୍ଜୀବଙ୍କର। ସଂଜୀବ ଙ୍କ ବୁଢ଼ୀ ମା ଦୁଃଖରେ ଭାଙ୍ଗି ପଡିଥିବାବେଳେ ସ୍ତ୍ରୀ ଓ ଦୁଇ ପୁଅ ଝିଅ ବାପାଙ୍କୁ ଝୁରୁଛନ୍ତି। ତାଙ୍କ ପରିବାର ଲୋକେ ନିସ୍ତେଜ ପାଲଟି ଯାଇଛନ୍ତି ଆଖିରୁ ଲୁହ ଶୁଖୁନି ତଥାପି ସଂଜୀବ ଙ୍କୁ ନେଇ ପରିବାର  ଗର୍ବିତ ବୋଲି କହିଛନ୍ତି।

ସଞ୍ଜୀବ ଆଉ ଫେରିବେନି ସତ କିନ୍ତୁ ମାଟି ମାର ସେବା କରି ସେ ଚିର ଦିନ ପାଇଁ ଅମର ହୋଇରହିବେ।

ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *