୪ ରୁ ୫ ଦିନ ଆହୁରି ବର୍ଷିବ, ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ

Spread the love

ବିଗତ 24 ଘଣ୍ଟା ରେ ମାଲକାନଗିରି ର ଚିତ୍ରକୁଣ୍ଡା: ୧୯୯ ମିମି , କୁରୁକୁଣ୍ଡା: ୧୮୫ ମିମି ,ମାଲକାନଗିରି: ୧୮୩.୨ ମିମି ,ପାଡିଆ: ୯୫ ମିମି, ମୈଥେଳି :୭୯ ମିମି ସର୍ବାଧିକ ବର୍ଷା ରେକର୍ଡ କରିଛି l ସବୁଠୁ ଚିନ୍ତାର ବିଷୟ ହେଉଛି ଯେ, ଆଗାମୀ 4-5 ଦିନ ମଧ୍ୟ ସମାନ ଭାବରେ ମାଲକାନଗିରି ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି l ରାଜ୍ୟ ରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ସଶକ୍ତ ମୌସୁମୀ ପ୍ରଭାବରେ ଏହା ହେଉଛି l ଗତକାଲି ସମୁଦାୟ 148.2 ମିମି ରେକର୍ଡ ହୋଇଛି ଯାହାକି 998 ପ୍ରତିଶତ ଅଧିକ l ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି l

ଆଗମୀ 24 ଘଣ୍ଟା ପାଇଁ ଗଞ୍ଜାମ, ଗଜପତି, ମାଲକାନଗିରି ଓ କୋରାପୁଟ କୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି | ଏହି 4 ଟି ଜିଲ୍ଳା ରେ 40-50 ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି l ସେହିପରି ନବରଙ୍ଗପୁର , ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡା , ବଲାଙ୍ଗୀର, ସୋନପୁର , ସମ୍ବଲପୁର, ଅନୁଗୁଳ , ନୟାଗଡ଼, ନୟାଗଡ, ବୌଦ୍ଧ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟାଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି | ଏହି ଜିଲ୍ଲା ଗୁଡିକରେ 7-11 ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ ସମ୍ଭାବନା ରହିଛି | ୨୦,୨୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ | ତେଣୁ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ରକୁ ବାରଣ କରାଯାଇଛି l

Leave a Reply

Your email address will not be published. Required fields are marked *