ବିଷାକ୍ତ ଛତୁ ଖାଇ ୧୦ ଗୁରୁତର

Spread the love

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ବିଷାକ୍ତ ଛତୁ ଖାଇ ୧୦ ଜଣ ଗୁରୁତର ହୋଇଥିବା ଜଣାପଡିଛି। ବିଳମ୍ବିତ ରାତିରେ ସମସ୍ତ ଆକ୍ରାନ୍ତଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରର‌େ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ ଚୁଲାମଣି ମାଝୀ, ଲକ୍ଷ୍ମୀଧର ମାଝୀ ଓ ନିଲେନ୍ଦ୍ରି ମାଝୀ। ତେବେ ବିଷାକ୍ତ ଛତୁ ଖାଇ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବାଭାବିକ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *