୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଟେଣ୍ଡାନ୍ସଙ୍କ ହାତ ଛିଡ଼ି ତଳେ ପଡ଼ିଲା

Spread the love

କେନ୍ଦ୍ରାପଡ଼ା : ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୧୦୮ ଆମ୍ବୁଲାନ୍ସ ଆଟେଣ୍ଡାନ୍ସଙ୍କ ହାତ ଛିଡି ତଳେ ପଡିଯାଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ମୋତୋ ଅଞ୍ଚଳର ୧୦୮ ଆମ୍ବୁଲାନ୍ସ ଶନିବାର ଦିନ ବିଳମ୍ବିତ ରାତିରେ ରୋଗୀକୁ ନେଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ କୁ ଅସିଥିଲା । ରୋଗୀକୁ ଛାଡିବା ପରେ ଆମ୍ବୁଲାନ୍ସଟି ଭଦ୍ରକ ଆଡକୁ ଯାଉଥିବା ସମୟରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗରାପୁର ଜଝାଙ୍ଗ ନିକଟରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଫଳରେ ବାମ ପଟେ ବସିଥିବା ଆଟେଣ୍ଡାନ୍ସ ଚାନ୍ଦବାଲି ଥାନା ଅନ୍ତର୍ଗତ ପାହାଡପୁର ଗ୍ରାମର ସଞ୍ଜୟ ସାହୁଙ୍କ ହାତ ଛିଡି ତଳେ ପଡିଯାଇଥିଲା । ତୁରନ୍ତ ତାଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାର ଦେଖି ତାଙ୍କୁ କଟକ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଇ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *