୧୨୦୫ ଡାକ୍ତର ପାଇଲେ ନିଯୁକ୍ତିପତ୍ର

Spread the love

ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇଛନ୍ତି ୧୨୦୫ ଜଣ ଡାକ୍ତର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ନବନିଯୁକ୍ତ ୧୨୦୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୪ ବର୍ଷ ମଧ୍ୟରେ ୪ ହଜାର ୫୦୦ ମେଡିକାଲ ଅଫିସର ନିଯୁକ୍ତି ପାଇଛନ୍ତି । ଓଡିଶାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରିବା ପାଇଁ ନିକଟରେ ୫ ହଜାର ମେଡିକାଲ ଅଫିସଷ୍ପଦବୀ ସୃଷ୍ଟି କରାଯାଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଏମବିବିଏସ ପଦବୀ ପୂରଣ ହେବ । ଆଗାମୀ ବର୍ଷରୁ ଓଡ଼ିଶା ବଳକା ଡାକ୍ତର ରାଜ୍ୟ ଭାବେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *