୧୭୬ଟି ବିରଳ କଇଁଛ ଉଦ୍ଧାର

ବେଆଇନ କଇଁଛ ଚୋରା ଚାଲାଣ। କଳାହାଣ୍ଡି ରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ପାଖାପାଖି ୧୭୬ଟି କଇଁଛ ଉଦ୍ଧାର କରାଯାଇଛି। ଘଟଣାରେ ୪ ଜଣ ଚାଲାଣକାରିକୁ ଗିରଫ କରିବା ସହ ୨ଟି ବାଇକ ଜବତ କରିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନବିଭାଗ। ସୂଚନା ମୁତାବକ, କଇଁଛ ଗୁଡିକ କଳାହାଣ୍ଡି ଜିଲ୍ଲା ଗୋତମୁଣ୍ଡା ଠାରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବରପାଇ ଝରିଗାଁ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ୱାଇଲଡ ଲାଇଫ ଟିମ ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଖାପାଖି ୧୭୬ ଟି କଇଁଛ ଉଦ୍ଧାର କରିଥିଲେ। ଉଦ୍ଧାର କଇଁଛ ଗୁଡିକୁ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଛି। ତେବେ ଗିରଫ ୪ଜଣ କଳାହାଣ୍ଡି କୋକସରା ବ୍ଲକ ଅଞ୍ଚଳର ହୋଇଥିବା ସୂଚନା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *