୪୦ ଡିଗ୍ରି ଉପରେ ରାଜ୍ୟର ୧୮ ସହର, ୪୪.୩ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ

Spread the love

 ଭୁବନେଶ୍ୱର : ପ୍ରବଳ ଖରା ଓ ଗୁଳୁଗୁଳିରେ ସମ୍ପୂର୍ଣ ଓଡିଶା ସିଝୁଛି । ଏତେ ଗୁଳୁଗୁଳି ହେଉଠି ଯେ ଲୋକ ମାନଙ୍କୁ ଏହା ସହ୍ୟ ହେଉ ନାହିଁ । ମଙ୍ଗଳବାର ଦିନ ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଊର୍ଦ୍ଧ୍ୱ ରେକର୍ଡ କରାଯାଇଛି । ସମ୍ବଲପୁର ଠାରେ ସର୍ବାଧିକ ୪୪.୩ ଡିଗ୍ରୀ ସେଲସିୟସ ତାମମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୪ଟି ସହରର ତାପମାତ୍ରା ୪୪ ଡିଗ୍ରି ଉପରେ ରହିଛି । ସମ୍ବଲପୁରରେ ସର୍ବାଧିକ ୪୪.୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବେ?ଦ୍ଧରେ ୪୪.୨, ଉଭୟ ବଲାଙ୍ଗୀର ଓ ନୂଆପଡ଼ାରେ ତାପାମାତ୍ରା ୪୪ ଡିଗ୍ରି ରେକର୍ଡ ହୋଇଛି ।

ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ାରେ ୪୩.୮, ମାଲକାନଗିରି ଏବଂ ଟିଟିଲାଗଡ଼ରେ ୪୩.୫, ରାଉରକେଲାରେ ୪୩.୪,ସୋନପୁରରେ ୪୩.୧, ସୁନ୍ଦରଗଡ଼ରେ ୪୨.୮, ଅନୁଗୁଳରେ ୪୨.୭, ହୀରାକୁଦ ଏବଂ ଭବାନୀପାଟଣାରେ ୪୨.୫, ତାଳଚେରରେ ୪୨, ଦେବଗଡ଼ରେ ୪୧, ବରଗଡ଼ରେ ୪୦.୮, ନବରଂଗପୁରରେ ୪୦.୨ ଓ ପାରଳାଖେମୁଣ୍ଡିରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *