ଦଶଟି ଜିଲ୍ଲାର 42 ଟି ମ୍ୟୁନିସିପାଲିଟି ଓ ଏନଏସି ପାଇଁ 183.81 କୋଟି ଟଙ୍କା ମଂଜୁରୀ, ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନାରେ ଦେଲେ ଏହି ମଂଜୁରୀ

Spread the love

ଭୁବନେଶ୍ୱର : ରାଜ୍ୟର ୧୦ ଜିଲ୍ଲାର ରହିଥିବା 42 ଟି ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାରେ 183.81 କୋଟି ଟଙ୍କା ମଂଜୁର କରୁଛନ୍ତି । ଏହି ୧୦ ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ । ମୁଖ୍ୟମନ୍ତ୍ରୀ କାର୍ଯାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ମୁକ୍ତା ଯୋଜନାରେ ୱାର୍ଡୱାରି ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ଏହି ପ୍ରକ୍ରିୟାରେ ସ୍ଥାନୀୟ ଲୋକ ଓ ସମସ୍ତ ଅଂଶଧାରକ ମାନଙ୍କୁ ସାମିଲ କରାଯାଇଛି । ସବୁ ପ୍ରକଳ୍ପ ପାଇଁ ଜରୁରୀ ଅନୁସାରେ ଯାହା ସମ୍ଭବ ହେବ ଓ ପରିବେଶକୁ ନଜରରେ ରଖାଯିବ । ସେସବୁ ପ୍ରକଳ୍ପର ପ୍ଲାନ୍ ସ୍କ୍ରିନିଂ ହେଉଛି । ମଞ୍ଜୁର ପାଉଥିବା ପ୍ରକଳ୍ପ ମିଶନ ଶକ୍ତିଙ୍କ ଦ୍ବାରା କାର୍ଯ୍ୟକାରୀ ହେବ । ପ୍ରକଳ୍ପ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜୁନ ୯ରେ ଜନ ପ୍ରତିନିଧିମାନଙ୍କ ସହ 5ଟି ସଚିବ ଭି.କେ ପାଣ୍ଡିଆନ ଆଲୋଚନା କରିଥିଲେ ।

ଏହି ପ୍ରକଳ୍ପରେ ମିନି ପାର୍କ, ଓପନ୍ ଜିମ୍, ଚାଇଲ୍ଡ ପ୍ଲେ ଷ୍ଟେସନ, ଖେଳ ପଡ଼ିଆ, ଭେଣ୍ଡିଂଜୋନ୍ ରହିଛି । ବହୁମୁଖୀ କମ୍ୟୁନିଟି ସେଣ୍ଟର, ୱାଲ ପେଣ୍ଟିଂ, ସୌନ୍ଦର୍ଯ୍ୟକରଣ ଓ ଶ୍ରମିକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ବା ମୁକ୍ତାକୁ ୧୮ ଏପ୍ରିଲ ୨୦୨୦ରେ ଲୋକାର୍ପିତ କରିଥିଲେ । ଶୀଘ୍ର ଗରିବ ଓ ବେରୋଜଗାରଙ୍କୁ କାମ ଦେବା ଲକ୍ଷ୍ୟରେ ଏହି ଯୋଜନା ହୋଇଥିଲା ।

Leave a Reply

Your email address will not be published. Required fields are marked *