୨ବର୍ଷ ୪ ମାସରେ ସ୍ବସ୍ତିକ କରିଛନ୍ତି ରେକର୍ଡ

Spread the love

ଯାଜପୁର: ବୟସ ୨ ବର୍ଷ ୪ ମାସ। ଯେଉଁ ବୟସରେ ପିଲା କଥା କହି ପାରୁ ନାହାନ୍ତି ସେହି ବୟସରେ ଅନେକ କଥା କହି ଅନେକ କଥାକୁ ମନେ ରଖି ଇଣ୍ଡିଆ ବୁକ ଅଫ ରେର୍କଡରେ ନିଜ ସ୍ଥାନକୁ ପକ୍କା କରିଛନ୍ତି ବରୀ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁର ସୌମ୍ୟରଞ୍ଜନ ପ୍ରଧାନ ଓ ଅମିତା ସାହୁଙ୍କ ଏକମାତ୍ର ପୁଅ ସ୍ୱସ୍ତିକ ପ୍ରଧାନ । ନିଜର ବିଚକ୍ଷଣ ସ୍ମୃତିଶକ୍ତି ପାଇଁ ସେ ଏହି ବିରଳ ରେକର୍ଡ ହାସଲ କରିପାରିଛନ୍ତି ।

ବରୀ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁର ସୌମ୍ୟରଞ୍ଜନ ପ୍ରଧାନ ଓ ଅମିତା ସାହୁଙ୍କ ଏକମାତ୍ର ପୁଅ ସ୍ୱସ୍ତିକ ପ୍ରଧାନ । ନିଜର ବିଚକ୍ଷଣ ସ୍ମରଣ ଶକ୍ତି ବଳରେ ଅନେକ କିଛି ତଥ୍ୟ ମନେ ରଖିପାରିଛନ୍ତି । ବିଭିନ୍ନ ଫୁଲ ଓ ଫଳର ନାମ, ବିଭିନ୍ନ ଦର୍ଶନୀୟ ସ୍ଥାନ, ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ନାମ ତାସହ ବିଭିନ୍ନ ପ୍ରକାରର ଗାଡିର ନାମ ଆଦି ୨୦ରୁ ଉର୍ଦ୍ଧ ବିଷୟରେ ସେ କହିପାରୁଛନ୍ତି । ସୀମିତ ସମୟ ମଧ୍ୟରେ ୨୦ରୁ ଉର୍ଦ୍ଧ ବିଷୟରେ ସେ ଉତ୍ତର ଦେଇ ଏହି ବିରଳ ରେକର୍ଡ ହାସଲ କରିପାରିଛନ୍ତି।

ଅନ୍ୟପଟେ ସ୍ୱସ୍ତିକ ଥାଲାସେମିଆ ରୋଗରେ ମଧ୍ୟ ପୀଡିତ ଅଛନ୍ତି ।  ପ୍ରତିମାସରେ ନିଜର ରକ୍ତ ପରିବର୍ତନ ପାଇଁ ତାଙ୍କୁ ଯାଜପୁର ମେଡିକାଲକୁ ନିଆଯାଏ । ଏଥିପାଇଁ ପରିବାର ବର୍ଗରେ ଅନେକ ଦୁଃଖ ଥିଲେ ମଧ୍ୟ ସ୍ୱସ୍ତିକ ଭିତରେ ଥିବା ସ୍ମରଣଶକ୍ତି ଦ୍ୱାରା ଅନେକ କିଛି ଶିକ୍ଷା ଲାଭ କରିପାରିଥିବାରୁ ପରିବାର ବର୍ଗ ଲୋକେ ବେଶ ଖୁସି ଅନୁଭବ କରିପାରିଛନ୍ତି । ନିକଟରେ ସ୍ୱସ୍ତିକଙ୍କ ନାଁ ଇଣ୍ଡିଆ ବୁକ ଅପଂ ରେକର୍ଡ୍ସରେ ସ୍ଥାନ ପାଇଥିବାରୁ ସଂସ୍ଥା ପକ୍ଷରୁ ଏକ ମେଡାଲ ଓ ପେନ ମିଳିଛି । ସ୍ୱସ୍ତିକଙ୍କ ଏଭଳି ସପଂଳତା ପାଇଁ ଗ୍ରାମବାସୀ ଓ ପଡୋଶୀ ବେଶ ଗର୍ବ ଅନୁଭବ କରୁଛନ୍ତି । ଆଗାମୀ ଦିନରେ ସ୍ୱସ୍ତିକ ନିଶ୍ଚୟ ଜଣେ ସପଂଳ ବ୍ୟକ୍ତି ହୋଇପାରିବେ ବୋଲି ଆଶା ରଖିଛନ୍ତି ।

ତେବେ ଏତେ କମ ବୟସରେ ଏହି ସଫଳତା ହାସଲ କରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା । ସ୍ୱସ୍ତିକଙ୍କୁ ଏହି ସପଂଳତା ମିଳିବା ପରେ ବିଭିନ୍ନ ଆଡୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ ।

Leave a Reply

Your email address will not be published. Required fields are marked *