ଯୁକ୍ତ ୨ କଳା ରେଜଲ୍ଟ ପ୍ରକାଶ ପାଇବ ଆଜି

Spread the love

ଭୁବନେଶ୍ୱର : ଆଜି (ଗୁରୁବାର)ଯୁକ୍ତ ୨ କଳା ପରୀକ୍ଷାଫଳ ପ୍ରକାଶ ପାଇବ । ଏହାସହ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ମଧ୍ୟ ବାହାରିବ । ଗୁରୁବାର ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବ । ସିଏଚଏସଇର ୱେବସାଇଟ୍ ରେ ପରୀକ୍ଷା ଫଳ ଉପଲବ୍ଧ ହେବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ମାର୍ଚ୍ଚ ୧ରୁ ଏପ୍ରିଲ ୫ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କଳାରେ ୨ ଲକ୍ଷ ୩୩ ହଜାର ୮୫୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିପରି ଧନ୍ଦାମୂଳକ ବିଷୟରେ ୫୦୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଗତ ମେ ୩୧ ତାରିଖରେ ଯୁକ୍ତ ୨ ର ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା । ଯୁକ୍ତ ୨ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଥିବା ବେଳେ ବାଣିଜ୍ୟରେ ୮୧.୧୨% ପାସ୍ କରିଥିଲେ । ବିଜ୍ଞାନରେ ୯୩,୭୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮,୯୩୮ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ସେହିପରି ବାଣିଜ୍ୟରେ ମୋଟ୍ ୨୪,୦୮୨ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯,୫୩୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *