ପଞ୍ଚାୟତ ସମିତି ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

Spread the love

କେନ୍ଦ୍ରାପଡା: ସଭାଗୃହରେ ହଟାଗୋଳ । ଦୁଇ ଗୋଷ୍ଠୀ ଭିତରେ ପେଲାଠେଲା ଆଉ ଚେୟାର ଫୋପଡା ଫିଙ୍ଗା । ପଞ୍ଚାୟତ ସମିତିର ଦ୍ୱିତୀୟ ଅଧିବେଶନରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରୁ ଏପରି ସୂଚନା ରହିଛି।

ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପେଲାଠେଲା ଆଉ ଚେୟାର ଫୋପଡା ଫିଙ୍ଗା । ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କଥା । ପଞ୍ଚାୟତ ସମିତିର ଦ୍ୱିତୀୟ ଅଧିବେଶନରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ସଭାଗୃହ ଆରମ୍ଭରୁ ବିଜେଡିର ଦୁଇ ଗୋଷ୍ଠୀ ନିଜ ନିଜ ଭିତରେ ଆରୋପ ପ୍ରତ୍ୟାରୋପ  କରିଥିଲେ । ପ୍ରଥମ ଅଧିବେଶନରେ ଯେଉଁ ପ୍ରୋଜେକ୍ଟ ଗୁଡିକ ରେଜୁଲେସନ ହୋଇଥିଲା ସେଥିରୁ ବାଦ୍ ପଡି ବ୍ଳକ ଅଧକ୍ଷା ନୂଆଁ ପ୍ରୋଜେକ୍ଟ ଦେଇଥିବାରୁ ବ୍ଳକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟଙ୍କ ସମର୍ଥିତ ସଭ୍ୟମାନେ ଅଧ୍ୟକ୍ଷାଙ୍କୁ ପ୍ରଶ୍ନ କରିଥିଲେ । ବ୍ଳକ ଅଧ୍ୟକ୍ଷାଙ୍କ ପରିବର୍ତ୍ତେ ଜଣେ ସାଧାରଣ ସଭ୍ୟ ଏହାର ଉତ୍ତର ଦେବାରୁ ଗୃହରେ ଏଭଳି ବିବାଦ ଦେଖିବାକୁ ମିଳିଥିଲା ।

ସେପଟେଯଦି ଏହି ଘଟଣାର ପୁନରାବୃତ୍ତି ହୁଏ ତେବେ ପଞ୍ଚାୟତ ସମିତି ସଭ୍ୟ ମାନେ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗାମୀ ଦିନରେ ଗୃହ ଶୃଙ୍ଖଳାର ସହିତ ଚଲାଇବା ପାଇଁ ବିଡ଼ିଓ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବା ବେଳେ ବିଜେଡିରେ ଦୁଇ ଗୋଷ୍ଠୀଙ୍କ ବିବାଦ ପାଇଁ କୌଣସି ଉନ୍ନତି ମୂଳକ କାମ ହେଇ ପାରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *