ଟ୍ରକ ଧକ୍କାରେ ୨ ଯୁବକ ମୃତ : ଦୁର୍ଘଟଣା ଗ୍ରସ୍ତ ଗାଡି ଓ ମଦ୍ୟପ ଡ୍ରାଇଭର ଗିରଫ

Spread the love

ଧର୍ମଶାଳା : ଆଜି ଅପରାହ୍ନ ୪ଟା ସମୟରେ ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ଥାନା ଅନ୍ତର୍ଗତ ଶଙ୍ଖାରିଡିହ ନିକଟରେ ଏକ ଟ୍ରକ ଧକ୍କାରେ ୨ ଜଣ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ମୃତ ଯୁବକ ୨ ଜଣ ହେଲେ ଧର୍ମଶାଳା ଥାନା ଚହଟା ଗ୍ରାମର ବିଶ୍ୱନାଇ ମଲିକଙ୍କ ପୁଅ ରମେଶ(୨୪) ଓ ଧୁଷାସନ ମହାନ୍ତିଙ୍କ ପୁଅ ସଂଜୟ(୩୨) ବୋଲି ଜଣାପଡିଛି । ତେବେ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକଟିକ କୁଆଖିଆ ଅଂଜଳରୁ ଜବତ କରିବା ସହ ମଦ୍ୟପ ଡ୍ରାଇଭରକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ମୁତାବକ,ରମେଶ ଓ ସଂଜୟ ଦୁହେଁ ଏକ ସ୍କୁଟି ଯୋଗେ ଚଣ୍ଡିଖୋଲ ଅଂଚଳରୁ କାମ ସାରି ଘରକୁ ଫେରୁଥବବା ସମୟରେ ଶଙ୍ଖାରିଡିହ ନିକଟରେ ପଛ ପଟୁ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଦୃତ ଗତିରେ ଗାଡିକୁ କୁଆଖିଆ ଅଂଚଳକୁ ଯାଉଥିବା ସମରେ ଅନ୍ୟ ଏକ ବାଇକୁ ଧକ୍କା ଦେଇଥିଲା । ଫଳରେ ଗାଡିରେ ଥବବା ୨ ଜଣ ସାମାନ୍ୟ ଆହତ ହୋଇଥିଲେ । ଧର୍ମଶାଳା ପୋଲିସ ଖବର ପାଇ ଘଟଣାସ୍ଥଳରେ ପଂହଚି ମୃତ ଦେହକୁ ଜବତ କରି ଶବବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛି । ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠି ଗାଡିକୁ ପିଛା କରି କୁଆଖିଆ ନିକଟରୁ ଗାଡି ଓ ଡ୍ରାଇଭରକୁ ଗରିଫ କରି ଥିବା ଜଣାପଡିଛି । ଏଭଳି ଘଟଣାକୁ ନେଇ ସ୍ଥାନ୍ରୀ ଅଂଚଳରେ ଶୋକରଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *