ଭଦ୍ରକ : ଭଦ୍ରକ ଜିଲା ତିହିଡି ବ୍ଲକରେ ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ ୨୦ହଜାର ହେକ୍ଟର ଜମିରେ ଲକ୍ଷ୍ୟ ରଖାଯାଇଛି । ତେବେ ପାଗର ର୍ପତିକୂଳ ଅବସ୍ଥା ପାଇଁ ଚାଷୀକୂଳ ଚିନ୍ତାରେ ପଡ଼ି ଯାଇଛନ୍ତି । ପାଗ ଅନୁସାରେ ଠିକ୍ ସମୟରେ ତଳି କିମ୍ବା ବୁଣା ହୋଇ ପାରୁନଥିବାରୁ ଖରିଫ ଚାଷରେ ବାଧା ସୃଷ୍ଟି ହେବ ବୋଲି ଆଶଂକା କରାଯାଇଛି । ବ ର୍ମାନ ସୁଦ୍ଧା ଚାଷୀ ସରକାରୀ ବିହନ ପାଇ ପାରିନଥିବା ବେଳେ ହଜାର ହଜାର ହେକ୍ଟର ଜମି ପଡ଼ିଆ ପଡ଼ି ରହିଛି । ବ୍ଲକର ଅଧିକାଂଶ ଲୋକ ଖରିଫ ଚାଷ ଉପରେ ନିର୍ଭର କରିଥାନ୍ତି । ତେବେ ବ୍ଲକର ୩୧ ପ ।ୟତ ମଧ୍ୟରୁ ଅଧିକାଂଶ ପ ।ୟତରେ ଜଳସେଚନର ବ୍ୟବସ୍ଥା ନଥିବାରୁ ସେହିସବୁ ପ ।ୟତର ଚାଷୀମାନେ ଧାନଚାଷ ପାଇଁ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି । ତେବେ ଅକ୍ଷୟ ତୃତୀୟା ଠାରୁ ଚାଷ ଅନୁକୂଳ ହୋଇଥିଲେ ମଧ୍ୟ ଅଦ୍ୟାବଧି ଚାଷୀ ତଳି କିମ୍ବା ବୁଣା କରି ପାରିନାହାନ୍ତି । ଅନିୟମିତତା ବର୍ଷା ପାଇଁ ଚାଷୀ ଘରୁ ବିହନ ମୁଠେ ବାହାର କରିବା ସମ୍ଭବ ହୋଇ ପାରିନାହିଁ । ମୋଟ ୨ହଜାର ହେକ୍ଟର ଜମିରେ ଧାନ ତଳି ପଡିଥାଏ । ଚାଷୀମାନେ ପ୍ରାୟତଃ ବତିରି ତଳି ପକାଇବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଚଳିତ ବର୍ଷ ପ୍ରତିକୂଳ ପାଗ ପାଇଁ ଏହି ତଳି ପକାଇବା ସମ୍ଭବ ହୋଇନପାରେ । ବ୍ଲକର ବାରସର,ଗୋବିନ୍ଦପୁର, କାଁପଡା, ଶ୍ୟାମସୁନ୍ଦରପୁର ପ୍ରମୁଖ ବନ୍ୟାପ୍ଳାବିତ ପ ।ୟତରେ ଖରାଟିଆ ହଳ କରାଯାଇ ବୁଣାଧାନ କରାଯାଇଥାଏ । ବ୍ଳକର ମୋଟ ୪ହଜାର ହେକ୍ଟର ଜମିରେ ବୁଣାଧାନ କରାଯାଇଥାଏ । ତେବେ ସେହିସବୁ ପ ।ୟତ ବୁଣାଧାନ ଚାଷରେ ପଛେଇଯିବା ଆଶଙ୍କା ଉପୁଜିଛି । ଚାଷୀମାନଙ୍କୁ ବିହନ ଯୋଗାଇବା ପାଇଁ ସ୍ମୃତି ରଂଜନ ବିଶ୍ୱାଳ, ଆକାଶ ସିଡ୍ସ, ଆଲୋକ କୁମାର ଦାସ, ତାରିଣୀ ଫର୍ଟିଲାଇଜର, ଧନଲକ୍ଷ୍ମୀ ଫର୍ଟିଲାଇଜର, ଶ୍ରୀଧର ପ୍ରସାଦ ନାୟକ, ଶୁଭରଂଜନ ନାୟକ, ପୀରହାଟ ଫାର୍ମରସ୍ ପ୍ରଡ୍ୟୁସର କମ୍ପାନୀ, ଅକ୍ଷୀମୁଠି ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ, ଉତ୍କଳ ଫର୍ଟିଲାଇଜର କର୍ପୋରେସନ, ଚନ୍ଦନ କୁମାର ଗୁପ୍ତା, ଗୁପ୍ତା ଫର୍ଟିଲାଇଜରସ୍, ଆଶୀଷ କୁମାର ରାଉତ ଓ ଅଶ୍ୱିନୀ କୁମାର ମଲ୍ଲିକ ପ୍ରମୁଖ ୧୩ ଜଣ ଡିଲର ଦାୟିତ୍ୱରେ ଥିବାବେଳେ ଅଦ୍ୟାବଧି ଜଣେ ଡିଲର ବିହନ ଉଠାଇଥିବା କୃଷି ସୂଚନା ଓ ଗବେଷଣା କେନ୍ଦ୍ର ସୂତ୍ରରୁ ଜଣାଯାଇଛି । ଚଳିତ ବର୍ଷ ସ୍ୱର୍ଣ୍ଣ ସମେତ କଳାଚମ୍ପା, ହସନ୍ତ,୧୧୪୦, ପ୍ରତୀକ୍ଷା,୧୦୭୫ ଇତ୍ୟାଦି ଧାନ ଚାଷ କରାଯିବାର ଲକ୍ଷ୍ୟ ରହିଛି । ଅନଲାଇନରେ ଆବେଦନ କରିଥିବା ପଞ୍ଜିକୃତ ଚାଷୀମାନେ ଡିଲର ପାଖରୁ ବିହନ ସବସିଡରେ ପାଇବାର ବ୍ୟବସ୍ଥା ରହିଛି । ବିହନ ୨୦ କି.ଗ୍ରା ପ୍ରତି ୭୩୦ଟଙ୍କା ମୂଲ୍ୟ ରଖା ଯାଇଥିବା ବେଳେ ୧୦ବର୍ଷରୁ ଉର୍ଦ୍ଧ୍ୱ ହେବ ଆସିଥିବା ବିହନ ୨୫୦ଟଙ୍କା ଓ ୧୦ବର୍ଷ ମଧ୍ୟରେ ଆସିଥିବା ବିହନ ୩୦୦ଟଙ୍କାର ସବ୍ସିଡ୍ ଚାଷୀଙ୍କୁ ମିଳିବାର ନିୟମ ରହିଛି । ଏହି ସବ୍ସିଡ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ବୋଲି ଜଣାପଡ଼ିଛି । ଏହିକ୍ରମରେ ଏବେ ସୁଦ୍ଧା ମୋଟ ୨୨୭ଜଣ ଚାଷୀ ବିହନ ପାଇଁ ଆବେଦନ କରିଥିବା ଜଣାଯାଇଛି । ତେବେ ଧାନ ତଳି ପକାଇବାକୁ ଆଉ ମାସେ ସମୟ ରହିଥିବା ବେଳେ ଯଦି ପାଗ ପ୍ରତିକୂଳ ଅବସ୍ଥାରେ ରୁହେ ତେବ ଚାଷୀମାନେ ଆତରା ତଳିକୁ ଭରସା କରିବେ ବୋଲି କୁହାଯାଉଛି । ଆତରା ବିହନରେ ଚାଷ ହେଲେ ଅମଳ ମଧ୍ୟ କମିବାର ଆଶଙ୍କା ରହିଛି । ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ରଘୁନାଥ ପତିଙ୍କୂ ପଚାରିବାରୁ ସେ କହନ୍ତି, ପାଗ ଏବେଠୁ ଶୁଖିଲା ରହିଲେ ଖରିଫ ଧାନଚାଷରେ କୌଣସି ପ୍ରତିବନ୍ଧକ ହେବ ନାହିଁ ଏବଂ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଜମିରେ ଠିକରୂପେ ଚାଷ ହୋଇପାରିବ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now