ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧.୭ ମି.ମି. ବର୍ଷା ରେକର୍ଡ଼ : ସ୍ଵାଭାବିକ୍ ବର୍ଷା ୮.୬ ମି.ମି. ତୁଳନାରେ ୨୬୯ ପ୍ରତିଶତ ଅଧିକ

Spread the love

ଭୁବନେଶ୍ଵର : ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧.୭ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ଯାହା ସ୍ଵାଭାବିକ୍ ବର୍ଷା ୮.୬ ମି.ମି. ତୁଳନାରେ ୨୬୯ ପ୍ରତିଶତ ଅଧିକ ।

ସେହିପରି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ବର୍ଷା ୧୦୧.୧ ମି.ମି. ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ଵାଭାବିକ ବର୍ଷା ୭.୩ ମି.ମି. ତୁଳନାରେ ୧୨୮୫ ପ୍ରତିଶତ ଅଧିକ ରହିଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *