ଆନ୍ଧ୍ରକୁ ଚାଲାଣ ବେଳେ ୩୧ ଦାଦନ ଉଦ୍ଧାର

ବଲାଙ୍ଗିର: ବେଆଇନ ଦାଦନ ଚାଲାଣ ବେଳେ  ୩୧ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି  ପୁଲିସ। ଆନ୍ଧ୍ରପ୍ରଦେଶ ଦାଦନ ଶ୍ରମିକ ଚାଲାଣ ବେଳେ ବଲାଙ୍ଗିର ରେଲୱେ ଷ୍ଟେସନରୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ଶ୍ରମିକଙ୍କ  ମଧ୍ୟରେ ୧୨ ପୁରୁଷ, ୧୩ ଜଣ ମହିଳା ଓ ୬ ଜଣ ଛୋଟ ଛୁଆ ରହିଛନ୍ତି। ସମସ୍ତଙ୍କ ଘର ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅଞ୍ଚଳରେ ହୋଇଥିବା ସୂଚନା ରହିଛି।

ଶନିବାର ଦିନ ୩୧ଜଣ ଦାଦନ ଶ୍ରମିକଙ୍କୁ ଦାଦନ ଖଟିବାକୁ  ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା। ଇଟା ଭାଟିରେ କାମ କରିବାକୁ ଏମାନଙ୍କୁ ଦଲାଲ ଆନ୍ଧ୍ରିପ୍ରଦେଶ ନେଉଥିବା ବେଳେ ବଲାଙ୍ଗିର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ସୂଚନା ଆଧାରରେ ପୁଲିସ ଷ୍ଟେସନରେ ଜଗିବସିଥିବା ବେଳେ ଦାଦନ ଶ୍ରମିକମାନେ ଷ୍ଟେସନରେ ପହଞ୍ଚିବା କ୍ଷଣି ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା।  ଏହି ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରି ପଚରାଉଚରା କରୁଛି ଓ ଘଟଣା ତଦନ୍ତ କରୁଛି। ସେମାନଙ୍କୁ କେଉଁ ଲୋକ ଆନ୍ଧ୍ର ନେଉଥିଲା ଓ ଏହା ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ତାର ଛାନଭିନ କରୁଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *