ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ସର୍ବାଧିକ ୩୬.୦ ମି.ମି. ବର୍ଷା ରେକର୍ଡ଼

Spread the love

ଭୁବନେଶ୍ଵର : ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ସର୍ବାଧିକ ୩୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ସମ୍ବଲପୁର ଜିଲ୍ଲାର ଯୁଯୁମୁରାରେ ୩୩.୦ ମି.ମି., କୋରାପୁଟ ଜିଲ୍ଲାର କୋରାପୁଟରେ ୨୬.୦ ମି.ମି., କୋରାପୁଟ ଜିଲ୍ଲାର ଲମତାପୁଟରେ ୨୪.୨ ମି.ମି., କଟକ ଜିଲ୍ଲାର କଣ୍ଟାପଡ଼ାରେ ୨୩.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵରରେ ୨୧.୬ ମି.ମି., ଜଗତସିଂହପୁର ଜିଲ୍ଲାର ତିର୍ତୋଲରେ ୨୦.୦ ମି.ମି., ଜଗତସିଂହପୁର ଜିଲ୍ଲାର ଜଗତସିଂହପୁରରେ ୧୯.୪ ମି.ମି., କୋରାପୁଟ ଜିଲ୍ଲାର ଜୟପୁରରେ ୧୮.୪ ମି.ମି., କଟକ ଜିଲ୍ଲାର ନିଆଳିରେ ୧୮.୦ ମି.ମି. ଏବଂ କୋରାପୁଟ ଜିଲ୍ଲାର ନନ୍ଦପୁରରେ ୧୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *