୪୦ ବର୍ଷର ରେକର୍ଡ ଭାଙ୍ଗିବ ତାପମାତ୍ରା

Spread the love

 () ଚଳିତ ବର୍ଷ ୪୦ ବର୍ଷର ରେକର୍ଡ ଭାଙ୍ଗିବ ତାପମାତ୍ରା । ତାତିରେ ସିଝିବ ଓଡିଶା l ତାପମାତ୍ରା ସ୍କେଲରେ ନିୟମିତ ଭାବେ ବଢୁଛି ପାରଦ l ସ୍ଵାଭାବିକ ତାପମାତ୍ରା ଠାରୁ ୫ ରୁ ୬ ଡିଗ୍ରୀର ଉଚ୍ଚ ତାପମାତ୍ରା ଅନୁଭୂତ ହେଉଛି l ଫେବୃଆରୀ ଆରମ୍ଭରୁ ଓଡିଶା ଜଳୁଥିବା ବେଳେ ମଧ୍ୟ ଭାଗରୁ ଗ୍ରୀଷ୍ମ ପ୍ରବାହ ବହିବାରେ ଲାଗିଳାଣି । ପରିସ୍ଥିତି ଏମିତି ଯେ, ଦିନ ୧୧ଟା ପରେ ଘରୁ ବାହାରିବା ବି କଷ୍ଟକର ହୋଇପଡୁଛି ।

ଚଳିତ ବର୍ଷ ତାତିରେ ସିଝିବ ଓଡିଶା। ଫେବୃଆରୀ ଅଧାରୁ ଜଳୁଛି ରାଜ୍ୟ । ସ୍ଵାଭାବିକ ଠାରୁ ୫ ରୁ ୬ ଡିଗ୍ରୀର ଉଚ୍ଚ ତାପମାତ୍ରା ଅନୁଭୂତ ହେଉଛି । ଦିନ ୧୧ ହୋଇଗଲେ ସତେ ଯେପରି ଆକାଶରୁ ନିଆଁ ବର୍ଷା ହେଉଛି  l ଛତାଟିଏ ନହେଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ଅଧିକ ତାପମାତ୍ରା ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ 37 ଡିଗ୍ରୀ ସେଲସିୟକୁ ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ଓ ଆଗକୁ ମଧ୍ୟ ଏହା ବଢିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି l

ଅସହ୍ୟ ତାପପ୍ରବାହରୁ ମୁକ୍ତି ପାଇଁ ପଥିକ ମାନେ ରାସ୍ତାରେ ଥିବା ଗଛ ଛାଇ ତଳେ ବସିଯାଉଛନ୍ତି l ଖରା ପ୍ରକୋପ ଯୋଗୁଁ ପଇଡ଼ ଓ ଆଖୁରସର ଚାହିଦା ମଧ୍ୟ ବୃଦ୍ଧି ପାଉଛି l ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଅଂଶୁଘାତ ରୋକିବାକୁ ବିଏମସି ପକ୍ଷରୁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯିବାକୁ ନିଷ୍ପତି ନିଆଯାଇଛି ।


Leave a Reply

Your email address will not be published. Required fields are marked *