କୃଷି ବିଭାଗରେ ନିଯୁକ୍ତି ପାଇଲେ ୪୦୬ ଅଧିକାରୀ

Spread the love

ଭୁବନେଶ୍ୱର : ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ମଙ୍ଗଳବାର ୪୦୬ ଅଧିକାରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬୧ ଜଣ ସହାୟକ କୃଷି ଅଧିକାରୀ, ୧୦୨ ଜଣ ସହାୟକ କୃଷି ଯନ୍ତ୍ରୀ ଓ ୪୩ ଜଣ ରାଜ୍ୟ ବିହନ ନିଗମରେ ନିଯୁକ୍ତି ପାଇଛନ୍ତି । ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ ନବ ନିଯୁକ୍ତଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ତିନି ଦଶନ୍ଧି ମଧ୍ୟରେ ସେମାନେ ଆମ କୃଷି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେବେ । ନୂତନ ଅଧିକାରୀମାନଙ୍କର କୃଷକମାନଙ୍କୁ ସେବା କରିବା ପାଇଁ ଆବଶ୍ୟକ ଜ୍ଞାନ, ଦକ୍ଷତା ଏବଂ ଅଭିଜ୍ଞତା ଅଛି । ୫-ଟି ନୀତି ଅନୁସରଣ କରିବାକୁ ଏବଂ କୃଷି କ୍ଷେତ୍ରର ପରିବର୍ତନରେ ସହଯୋଗ କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ବିଭାଗୀୟ ପ୍ରମୁଖ ସଚିବ ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *