ଚମକିବ ଶ୍ରୀକ୍ଷେତ୍ରର ପଞ୍ଚ ତୀର୍ଥ ପୁଷ୍କରିଣୀ

Spread the love

ପୁରୀ: ଏଥର ଚମକିବ ଶ୍ରୀକ୍ଷେତ୍ରର ପଞ୍ଚ ତୀର୍ଥ ପୁଷ୍କରିଣୀ l ଅଭଡ଼ା ଯୋଜନାରେ ପୁରୀର ତୀର୍ଥ ପୁଷ୍କରିଣୀ ଗୁଡିକର ଆରମ୍ଭ ହୋଇଛି ପୁନଃରୁଦ୍ଧାର କାର୍ଯ୍ୟ l ପବିତ୍ର କାର୍ତିକ ମାସରେ ହବିଷ୍ୟାଳି ଓ ଶ୍ରଦ୍ଧାଳୁ ମାନେ ପୁଷ୍କରିଣୀ ଆଦିରେ ସ୍ନାନ କରିବା ସହ ମହାପ୍ରଭୁଙ୍କର ଦର୍ଶନ କରି କୋଟି ପୁଣ୍ୟ ଲାଭ କରିଥାନ୍ତି l ସମସ୍ତ ତୀର୍ଥ ପୁଷ୍କରିଣୀର ଅବହେଳା ଯୋଗୁ ଧୀରେ ଧୀରେ ନଷ୍ଟ ହେବାକୁ ଯାଉଥିଲା । ଯାହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦା ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ଏବେ ସମସ୍ତ ପୁଷ୍କରିଣୀ ଗୁଡିକର ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି l

ଚମକିବ ଶ୍ରୀକ୍ଷେତ୍ରର ପଞ୍ଚ ତୀର୍ଥ ପୁଷ୍କରିଣୀ l ଅଭଡ଼ା ଯୋଜନାରେ ପୁରୀର ତୀର୍ଥ ପୁଷ୍କରିଣୀ ଗୁଡିକର ଆରମ୍ଭ ହୋଇଛି ପୁନଃରୁଦ୍ଧାର କାର୍ଯ୍ୟ l ପୁଷ୍କରିଣୀ ଗୁଡିକ ଏବେ ଅବହେଳିତ ପଡିରହିଥିବାରୁ ଏହାକୁ ପୁନଃଉଦ୍ଧାର ଲାଗି ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି l ନରେନ୍ଦ୍ର ପୁଷ୍କରିଣୀ, ସ୍ୱତ ଗଙ୍ଗା ପୁଷ୍କରିଣୀ ଏବଂ ମାର୍କଣ୍ଡେୟ ପୁଷ୍କରିଣୀ ସହ ଇନ୍ଦ୍ରଦୁମ୍ନ ପୁଷ୍କରିଣୀ ଆଦିର ପାଚେରୀ ଏବଂ ପାହାଚ ଆଦି ଦୁର୍ବଳ ହେବା ସହ ପୁଷ୍କରିଣୀ ଜଳ ମଧ୍ୟ ଦୂଷିତ ହେବାରେ ଲାଗିଛି l ପ୍ରତ୍ୟେକ ବର୍ଷ ହବିଷ୍ୟାଳି ଏବଂ ଭକ୍ତ ଶ୍ରଦ୍ଧାଳୁମାନେ ବର୍ଷ ତମାମ ଏହି ତୀର୍ଥ ପୁଷ୍କରିଣୀ ମାନଙ୍କରେ ସ୍ନାନ କରିବା ସହ ବିଭିନ୍ନ ଶୁଦ୍ଧି କାର୍ଯ୍ୟ ଏବଂ ତିଳ ତର୍ପଣ ଆଦି କାର୍ଯ୍ୟ କରାଯାଇଥାଏ । ହେଲେ ଦୀର୍ଘ ଦିନ ହେବ ଏହି ପୁଷ୍କରିଣୀ ଗୁଡିକ ଅବହେଳିତ ଅବସ୍ଥା ରେ ଥିବାରୁ ଏହାର ଜଳ ଉପଯୋଗୀ ହୋଇପାରୁନି l ତେବେ ସ୍ଥାନୀୟ ବାସିନ୍ଦା ଏବଂ ଭକ୍ତ ଙ୍କ ଦାବି ପରେ ପ୍ରଶାସନ ଚେତା ପଶିଚି ଏବଂ ସମସ୍ତ ତୀର୍ଥ ପୁଷ୍କରିଣୀ ର ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି l ଶ୍ରୀକ୍ଷେତ୍ରରେ ତୀର୍ଥ ପୁଷ୍କରିଣୀ ଗୁଡିକରେ ସ୍ନାନ କରି ଜଗନ୍ନାଥଙ୍କ ଦର୍ଶନ କଲେ ଅନେକ ପାପ ଖେୟ ହୋଇଥାଏ ବୋଲି ବିଶ୍ୱାସ ରହିଛି।  l

ସେହିପରି ଶ୍ରୀ କ୍ଷେତ୍ର ପୁରୀ ରେ ଥିବା ସମସ୍ତ ତୀର୍ଥ ପୁଷ୍କରିଣୀ ଲାଗି ଅଭଡ଼ା ଯୋଜନାରେ ପୁନଃଉଦ୍ଧାର ସହ ଭାଙ୍ଗି ପଡ଼ିଥିବା ପାଚେରୀ ଏବଂ ପୁଷ୍କରିଣୀର ମରାମତି କରାଯିବ। କେମିକାଲ ସାହାଯ୍ୟରେ ପୁଷ୍କରିଣୀର ଜଳ ପରିଷ୍କାର କରି ତାହାକୁ ବ୍ୟବହାର ଉପଯୁକ୍ତ କରିବାଲାଗି ଆରମ୍ଭ ହୋଇଛି ପ୍ରୟାସ l ବର୍ତମାନ କାର୍ତିକ ମାସ ଚାଲିଥିବା ରୁ ଅନେକ ହବିଷ୍ୟାଳି ମାନେ ନରେନ୍ଦ୍ର ପୁଷ୍କରିଣୀ ଏବଂ ଇନ୍ଦ୍ରଦୁମ୍ନ ପୁଷ୍କରିଣୀ ରେ ସ୍ନାନ କରି ପୂଜାର୍ଚନା କରୁଥିବା ଦେଖିବାକୁ ମିଳିଛି l ସେହିପରି ମାର୍କଣ୍ଡେୟ ପୁଷ୍କରିଣୀ ର ବର୍ତମାନ ବିଭିନ୍ନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହ ପାଣି ପରିଷ୍କାର କରାଯାଉଛି l

ତେବେ ପୁଷ୍କରିଣୀର ପୁନଃଉଦ୍ଧାର କାର୍ଯ୍ୟକୁ ସମସ୍ତେ ସ୍ୱାଗତ କରୁଥିବାବେଳେ ଏଠାରେ ଶୌଚାଳୟର ବ୍ୟବସ୍ତା କରିବା ଲାଗି ମଧ୍ୟ ଦାବି ଉଠିଛି l ସମସ୍ତ ତୀର୍ଥ ପୁଷ୍କରିଣୀ ଗୁଡିକ ପୁନଃ କାର୍ଯ୍ୟକ୍ଷମ ହେଲେ ଶ୍ରୀକ୍ଷେତ୍ରକୁ ଆସୁଥିବା ହଜାର ହଜାର ସଂଖ୍ୟାକ ଶ୍ରଦ୍ଧାଳୁ ମାନେ ଉପକୃତ ହୋଇପାରିବେ l

ପିଣ୍ଟୁ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *