() ବିଧାନସଭାରେ ଥମୁନି ଫାଇଭ-ଟି ଝଡ। ଆଜି ପ୍ରଶ୍ନକାଳରେ ବିଧାୟକଙ୍କ ଗେଟ ଜଗିବା ଓ ସଚିବଙ୍କ ଦ୍ବାରା ଶୁଣାଣିକୁ ନେଇ କମ୍ପିଛି ଗୃହ। ନବରଙ୍ଗପୁର ଗସ୍ତରେ ଥିବା ଫାଇଭ-ଟି ସଚିବ ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଆଚରଣକୁ ନେଇ ଆଜି ବିରୋଧୀ ତୁମ୍ୱିତୋଫାନ କରିଛନ୍ତି ଶୂନ୍ୟକାଳରେ। ଆଉ କାଉଣ୍ଟରରେ କେନ୍ଦ୍ରର ଚାଉଳ କାଟ୍ ପ୍ରସଙ୍ଗକୁ ଆୟୁଧ କରି ଶାସକ ଦଳ ବି ବ୍ୟାନର ଧରି ପ୍ରତିବାଦ କରିଥିଲା। ଫଳରେ ଶୂନ୍ୟକାଳ ଚାଲିପାରିନଥିଲା।
ନବରଙ୍ଗପୁର ସର୍କିଟ୍ ହାଉସରେ ଫାଇଭ-ଟି ସଚିବ ସର୍କିଟ ହାଉସ ଭିତରେ ସାଧାରଣ ଅଭିଯୋଗର ଶୁଣାଣୀ କରୁଥିଲା ବେଳେ ଗେଟ୍ ମୁହଁରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭୂମିକାକୁ ନେଇ ବର୍ଷିଥିଲେ। ବିଧାୟକ କେମିତି ଜଣେ ସଚିବଙ୍କ ଦ୍ୱାରପାଳ ସାଜିଲେ। ପଚାରିବାରୁ ଆବଶ୍ୟକ ପଡ଼ିଲେ ରାଜ୍ୟବାସୀଙ୍କ କ୍ରୀତଦାସ ହେବାକୁ ଆଗେଇ ଆସିବେ ବୋଲି କହିବା ଲଜ୍ଜାଜନକ। କ୍ରୀତଦାସ ପ୍ରଥା କେବେଠୁ ଉଠିଗଲାଣି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କେମିତି ସିଏମଓ ହୋଇଗଲେ। ଶୂନ୍ୟକାଳରେ ଏ କଥା ଉଠାଇବା ମାତ୍ରେ ଶାସକ ଦଳ ହାତରେ କେନ୍ଦ୍ରର ଚାଉଳ କାଟ୍ ପ୍ରସଙ୍ଗକୁ ନେଇ ପାଲଟା ଆକ୍ରମଣ କରାଯାଇଥିଲା। ଫଳରେ ଗୃହରେ ହଟ୍ଟଗୋଳ ହେବାରୁ ଶୂନ୍ୟକାଳ ଚାଲିପାରିନଥିଲା।
ପ୍ରଣବଙ୍କ ଏଭଳି ଆଚରଣ ବିଧାୟକମାନଙ୍କ ମର୍ଯ୍ୟାଦା ହାନି କରୁଥିବା କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। କାରଣ ବିଧାୟକଙ୍କୁ ମାନ୍ୟବର ବୋଲି କୁହାଯାଏ। ବିଧାୟକ ପ୍ରଣବ ପ୍ରକାଶଙ୍କ ଏଭଳି ଆଚରଣ ନିନ୍ଦନୀୟ। ଅବଶ୍ୟ ପ୍ରଣବ ସିଏମଓ କହିଥିବାରୁ ଏହା ମୁଖ୍ୟମନ୍ତ୍ରୀଙ୍କ ଅଫିସ ବୁଝାପଡ଼େ। ସିଏମ କହିଥିଲେ ନିଶ୍ଚିତ ବଡ଼ ଅପରାଧ ହୋଇଥାଆନ୍ତା ବୋଲି କଂଗ୍ରେସ କହିଛି।
ସେପଟେ ଶାସକ ଦଳ ସମାନ ଷ୍ଟାଇଲରେ ବିରୋଧୀ ଦଳ ନେତାଙ୍କୁ କାଉଣ୍ଟର କରିଛି। ବିରୋଧୀ ଦଳ ନେତାଙ୍କୁ ଫାଇଭ-ଟିର ଭୂତ ଘାରିଛି। ବିରୋଧୀ ଦଳ ନେତା ବିକାଶରେ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଓ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାକୁ ସହିପାରୁନାହାନ୍ତି। ତାଙ୍କର ମାନସିକ ଭ୍ରମ ରହିଛି। ମାନସିକ ଦୋଷ ବି ରହିଛି। ଚିକିତ୍ସାର ଆବଶ୍ୟକତା ରହିଛି। ଏଥିଲାଗି ସରକାର ତାଙ୍କୁ ସବୁପ୍ରକାର ସହାୟତା ଯୋଗାଇଦେବେ ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ।
ଶୂନ୍ୟକାଳରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଫାଇଭ-ଟି ଉପକ୍ରମ ଆଳରେ ଅଡ଼ୁଆରେ କ୍ରମାଗତ ପକାଇ ଚାଲିଛନ୍ତି ବିରୋଧୀ ଦଳ ନେତା। ଆଉ ଆଜି ଶୂନ୍ୟକାଳରେ ନବରଙ୍ଗପୁରରେ ବିଧାୟକଙ୍କ କ୍ରୀତଦାସ ଥିଓରୀକୁ ନେଇ ସରକାରଙ୍କୁ ଅକଳରେ ପକାଇବାକୁ ବସିଥିଲା ବେଳେ ଶୂନ୍ୟକାଳ ଚାଲିପାରିନଥିଲା।
ସେପେଟ ଏହି ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ଜୋରଦାର ସମାଲୋଚନା କରାଯାଉଛି ଯାଜପୁର ବିଧାୟକଙ୍କୁ। ସେ କାହାର କ୍ରୀତଦାସ? କ୍ଷମତା ଲୋଭ ମଣିଷକୁ କେତେ ତଳକୁ କରି ଦିଏ ପରି ନାନା ଟକ୍କା ଟିପଣୀ କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ।
ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now