ଦୁଇଦିନିଆ ବରଗଡ ଗସ୍ତରେ 5T ସଚିବ ଭି.କେ. ପାଣ୍ଡିଆନ

Spread the love

ବରଗଡ଼,ଜୁନ ୨୬ (ନକ୍ଷତ୍ର ନ୍ୟୁଜ) : ଦୁଇଦିନିଆ ବରଗଡ ଗସ୍ତରେ ରାଜ୍ୟ ସରକାରଙ୍କ 5T ସଚିବ ଭି.କେ. ପାଣ୍ଡିଆନ । ଆଜି ସକାଳ ୯:୪୫ ସମୟରେ ସେ ଏକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଅତାବିରା ହାଇ ସ୍କୁଲ୍ ପଡ଼ିଆରେ ଓହ୍ଲାଇବା ପରେ ସ୍କୁଲର ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ସରଣ୍ଡା ବିଶ୍ୱେଶ୍ୱର୍ ବାବାଙ୍କ ଦର୍ଶନ କରିବେ । ଏହାପରେ ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ଏବଂ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଭାରେ ଜନ ସାଧାରଣଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବେ ।
ସେଠାରୁ ବାଏ ରୋଡ ବରଗଡ କୁ ଆସି ସ୍ଥାନୀୟ ନିଶାମଣି ହାଇ ସ୍କୁଲରେ ଅନୁଷ୍ଠିତ ସଭାରେ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇବେ । ଏହାପରେ ସମ୍ବଲପୁରୀ ବସ୍ତ୍ରାଳୟ ପରିଦର୍ଶନ କରି ବୁଣାକାରଙ୍କ ସହ ଆଲୋଚନା କରିବେ । ପରେ ଖେଦାପାଲି ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଯାଇ ସେଠାରେ ନୂତନ ଭାବେ ନିର୍ମିତ ହେଉଥିବା କ୍ୟାନ୍ସର ହସପିଟାଲ କାମର ତଦାରଖ କରିବେ ଏବଂ ସେଠାରୁ ଫେରି ବରଗଡ ବ୍ଳକ କ୍ୟାମ୍ପସ ଭିତରେ ଥିବା ମିଶନ ଶକ୍ତି କ୍ୟାଫେ ରେ ମଧ୍ୟାହ୍ନ ଭୋଜନ କରିବେ । ଏହାପରେ ସେ ବରପାଲି ବ୍ଲକ୍ କରି ସେଠାରେ ଇଣ୍ଡୋର୍ ଷ୍ଟାଡିୟମର କାମ ତଦାରଖ କରିବା ଶହ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ଏବଂ ବିଭିନ୍ନ ପ୍ରକଳ୍ପ ଉପରେ ଲୋକଙ୍କ ସହ ଆଲୋଚନା କରିବେ । ସେଠାରୁ ପୁଣି ବରଗଡ ଫେରି ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କରିବେ ଏବଂ ପରେ ବରଗଡ ମହିଳା ମହା ବିଦ୍ୟାଳୟକୁ ଯାଇ ଛାତ୍ରୀ ମାନଙ୍କୁ ଭେଟିବେ । ବରଗଡ ସର୍କିଟ ହାଉସ୍ ରେ ସେ ରାତ୍ରି ଜାପାନ କଲାପରେ ମଙ୍ଗଳବାର ସୋହେଲା,ପଦ୍ମପୁର ଓ ପାଇକମାଳ ବ୍ଲକ୍ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।
ଯେହେତୁ 5tସଚିବ ସରକାରୀ କାର୍ଯ୍ୟକ୍ରମରେ ଆସୁଛନ୍ତି ସୁରକ୍ଷାକୁ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି । 5T ସଚିବ ତାଙ୍କର ଏହି ଗ୍ରସ୍ତରେ ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ମାନଙ୍କର ତଦାରଖ କରିବେ ଯାହାକୁ ନେଇ ବିଜେଡିର ଦଳୀୟ କର୍ମୀଙ୍କୁ ନେଇ ଜନ ସାଧାରଣ ବେଶ୍ ଖୁସି ଓ ଉତ୍ସାହିତ ଅଛନ୍ତି ।

Leave a Reply

Your email address will not be published. Required fields are marked *