ଏୟାରପୋର୍ଟରେ ମିଳିବ ଶସ୍ତା ଖାଇବା ଏବଂ ଚା’-କଫି । ଯାତ୍ରୀଙ୍କ ସମସ୍ୟା ଦୂର କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ନିଜ ଅଧିନରେ ଥିବା ବିମାନବନ୍ଦରରେ ଭିତରେ ଉଡାଣ ଯାତ୍ରୀ କାଫେ ଆରମ୍ଭ କରିବାକୁ ଯାଉଛି । ଏଠାରେ କମ୍ ଦାମରେ ଯାତ୍ରୀଙ୍କୁ ଖାଇବା ସହିତ ଚା-କଫି ମିଳିବ । ଏହାର ଆରମ୍ଭ କୋଲକତା ସ୍ଥିତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏୟାରପୋର୍ଟରୁ ଆରମ୍ଭ ହେବ । ଏହା ଏକ ପାଇଲଟ ପ୍ରୋଜେକ୍ଟ । ଏହାପରେ ଅନ୍ୟ ଏହାରପୋର୍ଟରେ ଏହି ସୁବିଧା ମିଳିବ ।
କୋଲକତା ଏୟାରପୋର୍ଟକୁ ୧୦୦ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଉଡାଣ ଯାତ୍ରୀ କାଫେ ଲଞ୍ଚ ହୋଇଛି । କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ବିମାନ ଯାତ୍ରୀଙ୍କ ଅନୁଭବକୁ ଭଲ କରିବା ପାଇଁ କମ୍ ଦାମରେ ଜଳପାଳନ ସୁବିଧା ମିଳିବା ପାଇଁ ଏୟାରପୋର୍ଟ ଉଡାଣ ଯାତ୍ରୀ କାଫେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏୟାରପୋର୍ଟରେ ସାଧାରଣ ଯାତ୍ରୀଙ୍କ ପାଇଁ ସରକାର ଏଭଳି ଲାଭଦାୟକ ପଦକ୍ଷେପ ନେଇଛନ୍ତି । କିୟୋସ୍କୋ ସେବା ପୂର୍ବରୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ବାରା ସଂଚାଳନ କରାଯାଉଛି । ଏୟାରପୋର୍ଟରେ କିୟୋସ୍କୋ ଜରିଆରେ ବହୁତ ସ୍ବଳ୍ପ ଦାମରେ ଚା’, କଫି, ସ୍ନାକ୍ସ ଏବଂ ପାଣି ଭଳି ଆବଶ୍ୟକ ଜିନିଷ ମିଳିବ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now