ପଶ୍ଚିମ ଓଡ଼ିଶାରୁ 970 ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଆରମ୍ଭ

Spread the love

() ପରିଣତ ବୟସରେ ତୀର୍ଥ କରିବା ପାଇଁ ସୁବିଧା ଯୋଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ଆଜି ପଶ୍ଚିମ ଓଡ଼ିଶାର 8 ଟି ଜ଼ିଲ୍ଲାରୁ 970 ଜଣ  ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି ସମ୍ବଲପୁର ଷ୍ଟେସନରୁ l 

କୋଭିଡ ପରେ ପୁଣି ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ତୀର୍ଥ ଯାତ୍ରା ଟ୍ରେନ । ଗୁରୁବାର ସମ୍ବଲପୁର ରୁ ଏକ ସ୍ୱତନ୍ତ୍ର ଟ୍ରେନ ପଶ୍ଚିମ ଓଡ଼ିଶାର 8 ଟି ଜ଼ିଲ୍ଲାରୁ ପ୍ରାୟ 970 ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥ କରିବା ପାଇଁ ବାହାରିଛି l ଏମାନଙ୍କ ପାଇଁ 30 ଜଣ ଏସକୋର୍ଟ ଷ୍ଟାଫ ରହିଛନ୍ତି ଟ୍ରେନରେ l ଏହି ଯାତ୍ରୀ ମାନଙ୍କ ପାଇଁ ପ୍ରତେକ କୋଚ ରେ ଜଣେ ଲେଖାଏଁ ଆଟେଣ୍ଡଡେନ ରହିଛନ୍ତି l ଏହି ଟ୍ରେନ ଟି ନାସିକ ଓ ଶିରିଡ଼ି ପର୍ଯ୍ୟନ୍ତ ଯିବ l ଟ୍ରେନ ଭିତରେ ଥିବା ଯାତ୍ରୀ ମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି l ଡାକ୍ତର ଠାରୁ ଆରମ୍ଭ କରି ପିଇବା ପାଣି, ଖାଦ୍ୟ, ଔଷଧ ସବୁ ଟ୍ରେନରେ ଦିଆଯାଇଛି l

ସେପଟେ  ବରିଷ୍ଠ ନାଗରିକ ମାନଙ୍କୁ ସରକାର ତୀର୍ଥ କରାଇବାପାଇଁ ନେଉଥିବାରୁ  ଯାତ୍ରୀ ମାନେ ମଧ୍ୟ  ଖୁସି  ବ୍ୟକ୍ତ କରିଛନ୍ତି l ସମ୍ବଲପୁର ସମେତ ଅନୁଗୁଳ, ବରଗଡ଼,ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଅଞ୍ଚଳର ନାଗରିକ ମାନେ ଆଜି ତୀର୍ଥ ଯାତ୍ରାରେ ସମ୍ବଲପୁର ରେଳଷ୍ଟେସନ ରୁ ବାହାରିଛନ୍ତି l 

ପରିଣତ ବୟସରେ  ତୀର୍ଥ କରିବା ସମସ୍ତଙ୍କ ଇଛା  ଓ ଆଶା ଥାଏ l ଏହି ଆଶାକୁ ରାଜ୍ୟ ସରକାର ପୂରଣ କରିଥିବାରୁ  ତୀର୍ଥଯାତ୍ରୀ ମାନେ ବେଶ ଖୁସି ଥିବା  ତାଙ୍କୁ ଦେଖିଲେ ଜଣାପଡୁଥିଲା l

ସରୋଜ ସେଟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *