ଦର୍ପଦଳନ ରଥ ଅଖରେ ଫାଟ

Spread the love

ପୁରୀ : ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଖରେ ଫାଟ ଦେଖିବାକୁ ମିଳିଛି । ଏହି ଫାଟକୁ ଲୁଚାଇବା ପାଇଁ ପୂର୍ତ ବିଭାଗର ନିର୍ଦ୍ଦେଶ କ୍ରମେ ଅଧିକ କ୍ଲାମ୍ପ ଦିଆଯାଇଛି ଓ ବଟମ ପ୍ୟାକିଂ କରାଯାଇଛି । ଅନ୍ୟପକ୍ଷରେ ରଥର ସମସ୍ତ ଓଜନ ଅଖ ଉପରେ କେନ୍ଦ୍ରୀଭୂତ ହେଉଥିବାରୁ ଅଖ ଗଡିବା ବେଳେ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ୧୯ ତାରିଖରେ ରଥ ଦକ୍ଷିଣ ମୋଡ଼ ହେବା ପୂର୍ବରୁ ପୂର୍ତ ବିଭାଗ ପକ୍ଷରୁ ଫିଟନେସ୍ ସାର୍ଟିଫିକେଟ୍ ଦିଆଯାଇଥାଏ । ସେହିପରି ତିନି ରଥରେ ଅଖ ଓ ପହିରେ ଅନେକ ଚଡ଼କ ଫାଟ ରହିଥିବାରୁ ଅଧିକ କ୍ଲାମ୍ପ ଦିଆଯାଇଥିବା ଦେଖାଯାଇଛି । ପ୍ରତିଦିନ ବିଭାଗୀୟ ଯନ୍ତ୍ରୀ ମାନେ ସଠିକ୍ ଭାବେ ଏହାର ଯାଞ୍ଚ୍ କରୁନଥିବା ଅଭିଯୋଗ ହେଉଛି ।

ତେବେ ତିନି ଠାକୁର ମହା ସ୍ନାନ ପରେ ଜ୍ୱରଗ୍ରସ୍ତ ହୋଇ ଅଣସର ଘରେ ରହି ଏବେ ସ୍ୱସ୍ଥ ହୋଇଛନ୍ତି ଏବଂ ଆସନ୍ତା ୨0 ତାରିଖରେ ଜନ୍ମ ସ୍ଥାନ ଅଭିମୂଖେ ରଥାଋଢ ହୋଇ ଯାତ୍ରା କରିବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ରଥ ଅଖରେ ଫାଟ ଦେଖି ଜନମାନସରେ ଚିନ୍ତା ବଢାଇହେଇଛି  ।

Leave a Reply

Your email address will not be published. Required fields are marked *