ମହାନଦୀ ରୁ ଉଦ୍ଧାର ହେଲା କୁମ୍ଭୀର ଶାବକ

କଟକ ବାଙ୍କୀ ନିର୍ବାଚନ ମଣ୍ଡଳୀ ର ନରାଜ ତଳଗଡ଼ ଅଞ୍ଚଳର ମହାନଦୀରୁ ଥଣ୍ଟିଆ କୁମ୍ଭୀର ଛୁଆ ଠାବ। ସ୍ଥାନୀୟ ଅଂଚଳ ର ଧୀବର ମାନେ ମାଛ ଧରିବା ପାଇଁ ମହାନଦୀରେ ଜାଲ ପକ୍କାଇ ଥିବା ସମୟରେ ମାଛ ବଦଳରେ ଜାଲରେ ପଡ଼ିଯାଇଥିଲା ଛୋଟିଆ ଛୁଆ ଥଣ୍ଟିଆ କୁମ୍ଭୀର । ଗାଁ ଲୋକେ କୁମ୍ଭୀର କୁ  ଦେଖି ଭୟବିତ ନ ହୋଇ ସୁରକ୍ଷିତ ଭାବେ ଜାଲରୁ ବାହାର କରି ତୁରନ୍ତ ବନ ବିଭାଗ କୁ ଖବର ଦେଇଥିଲେ । ଭାଗିପୁର ବନ ବିଭାଗକୁ ସାନ ମୁଣ୍ଡଳୀର ଜଣେ ଯୁବକ ଓ ଗାଁ ଲୋକ ମିଶି ଉଦ୍ଧାର ହୋଇଥିବା କୁମ୍ଭୀର ଛୁଆ କୁ ହସ୍ତାନ୍ତର କରିଥିଲେ । ଏବେ କୁମ୍ଭୀର ଛୁଆ ଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ ପକ୍ଷରୁ ମିଳିଛି ସୂଚନା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *