ସ୍ପକ୍ମାକେ ଆନୁକୁଲ୍ୟରେ ଭୁବନେଶ୍ୱର ଠାରେ ପ୍ରସ୍ତୁତ କରାଯାଇଛି ଦିନିକସଆ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଶୃତି ଅମୃତ’

Spread the love

ଭୁବନେଶ୍ୱର : ଭାରତ ସରକାରଙ୍କ ଦ୍ୱାରା ପାଳିତ ‘ଆଜାଦି କା ଅମୃତ ମହୋତ୍ସବ’ କୁ ସମ୍ମାନ ଜଣାଇ ସ୍ମିକ୍ ମାକେ – ଓଡ଼ିଶା ଯୁବପିଢୀଙ୍କ ପାଇଁ ଏକ ଦୁଇ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଶୃତି ଅମୃତ’ ପ୍ରସ୍ତୁତ କରିବାକୁ ଯାଉଛି । ଏହା ସୈନିକ ସ୍କୁଲ୍, ଭୁବନେଶ୍ୱରର ସହଯୋଗରେ ସେହି ଅନୁଷ୍ଠାନର ପେକ୍ଷାଳୟରେ ଆଜି ଓ ୬ ତାରିଖ ଦୁଇଦିନ ଧରି ଅପରାହ୍ନ ୫ଟା ୫୦ ମିନିଟ୍ରେ ଆରମ୍ଭ ହେବବୋଲି ସ୍ଥିର କରାଯାଇଛି । ଏଥିରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟକଳାର ପ୍ରଦର୍ଶନ ଦେଶର ପ୍ରଖ୍ୟାତ କଳାକାରମାନଙ୍କ ଦ୍ୱାରା ନିମ୍ନ କାର୍ଯ୍ୟସୂଚୀ ମତେ ଅନୁଷ୍ଠିତ ହେବ ।

ପ୍ରଥମ ଦିବସ (ତା.୫ ଅଗଷ୍ଟ – ଶନିବାର) : କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଖ୍ୟାତ କଣ୍ଢେଇ ନାଚ ବିଶାରଦ ଦାଦି ଦୋରାବ ପଦମ୍ଜୀଙ୍କ ଦ୍ୱାରା ‘ଗାନ୍ଧୀ’ ବିଷୟ ଆଧାରିତ ନାଚ ଏବଂ ପରବର୍ତ୍ତୀ କଳାକାର ଶୁଶ୍ରୀ ପାର୍ବତୀ ବାଲେ (ପଶ୍ଚିମ ବଙ୍ଗ) ଏବଂ ସାଥୀଙ୍କ ଦ୍ୱାରା ପାରମ୍ପରିକ ବାଉଲ ଗାନ କରିବେଷଣ ସହ ସମାପନ ହେବ ।

ଦ୍ୱିତୀୟ ଦିବସ (ତା.୬ ଅଗଷ୍ଠ – ରବିବାର) : ଦ୍ୱିତୀୟ ଦିବସର ପ୍ରଥମ କଳାକାର କର୍ଣ୍ଣାଟକୀ ଶ୍ରୀ ଶଶାଙ୍କ ସୁବ୍ରମଣ୍ୟମ୍ ତାଙ୍କର ସୁମଧୁର ବଂଶୀ ବାଦନ କରିବେ । ପରବର୍ତ୍ତୀ ପ୍ରଖ୍ୟାତ ସୀତାର ବାଦକ ପଣ୍ଡିତ ନୀଳାଦ୍ରୀ କୁମାର ଏବଂ ଶେଷରେ ମାର୍ଗୀ ମଧୁ ଚାକ୍ୟାର୍ ଏବଂ ସାଥୀମାନଙ୍କ ଦ୍ୱାରା ପ୍ରସ୍ତୁତ ହେବ କେରଳର ପାରମ୍ପରିକ ନୃତ୍ୟ ଶୈଳୀ କୁଟିଆଟମ୍ ବା କୁଡ଼ିଆଟମ୍ ।

Leave a Reply

Your email address will not be published. Required fields are marked *