କେନ୍ଦୁଝର: ଆରପାରିରେ ବାପ ମା, କଣ ହେବ ୪ଟି କୋମଳମତି ଅନାଥଙ୍କ ଭବିଷ୍ୟତ

Spread the love

କେନ୍ଦୁଝର : ଆଗ ପଛ ହୋଇ ଅଫେରନ୍ତା ରାଇଜକୁ ଚାଲିଗଲେ ବାପା ମା । ଏପଟେ ଅନାଥ ହୋଇଗଲେ ଚାରୋଟି କୋମଳମତି ନିରିହ ନିଷ୍ପାପ ଶିଶୁ । ଏତେ ବଡ ଦୁନିଆରେ ସମ୍ପୁର୍ଣ୍ଣ ଏକା ହୋଇଗଲେ ଚାରୋଟି ଶିଶୁ । କିମିତି ଏତେ ବଡ ଦୁନିଆରେ ବଞ୍ଚିବେ ଏହି ଅନାଥ ଶିଶୁମାନେ । କଣ ହେବ ଏମାନଙ୍କର ଭବିଷ୍ୟତ । ତାହା ହିଁ ଏବେ ଏକ ବଡ ପ୍ରଶ୍ନ । ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଟିକରପଡା ଗ୍ରାମର ବୁରୁଡିସାହୀରେ ।

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡା ପଞ୍ଚାୟତ ଟିକରପଡା ଗ୍ରାମର ବରୁଡିହି ସାହିର ମାଇନ ମାଝୀ ସୋମବାର ରାତି ରେ ସାନପୁଅ ରମେଶ ସହ ଘରେ ତଳେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡିଥିଲା । ସକାଳୁ ସକାଳୁ ଏ ସମ୍ପର୍କରେ ପରିବାର ଲୋକ ଜାଣିବା ବେଳକୁ ସାପର ବିଷ ମାଇନର ଶରାରେ ଚଢି ଯାଇଥିଲା । ଏବଂ ସେ ଚେତାଶୂନ୍ୟ ହେଇ ପଡିଥିଲା । ପରେ ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲେ ମଧ୍ୟ ଏଠାରେ ଡାକ୍ତର ( ଚିକିତ୍ସକ) ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏ ଠାରେ ସୂଚନାଯୋଗ୍ୟ ଯେ, ମାଇନାଙ୍କ ସ୍ୱାମୀ ମହେନ୍ଦ୍ର ମାଝୀ ଦୁଇ ବର୍ଷ ପୂର୍ବେ ଏଜମା ରୋଗରେ ଆରପାରିକୁ ଚାଲି ଯାଇଛନ୍ତି । ଫଲରେ ପତ୍ନୀ ମଇନା ବାର ଦୁଆରେ କାମ ଓ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ଯାହା କିଛି ମିଳୁଥିଲା ତିନପୁଅ ଓ ଗୋଟିଏ ଝିଅକୁ ନେଇ କଷ୍ଟେ ମଷ୍ଟେ ଚଲି ଯାଉଥିଲା ପରିବାର । ଏବେ ବଡପୁଅ ଆକାଶ ମାଝୀକୁ ଏବେ ପ୍ରାୟ ୧୪ ବର୍ଷ ହୋଇଥିବା ବେଳେ ଦ୍ୱିତୀୟ ପୁଅ ସିଲୁ ମାଝୀକୁ ୧୨ ବର୍ଷ ତୃତୀୟ ଝିଅ ରିନାକୁ ୧୦ ବର୍ଷ ଓ ସାନପୁଅ ରମେଶେ ମାଝୀ କୁ ୭ ବର୍ଷ । ଦୁଇ ପୁଅ ଆକାଶ ଓ ସିଲୁ ସହ ଝିଅ ରିନା ହଷ୍ଟେଲରେ ରହୁଥିବା ବେଳେ ସାନପୁଅ ରମେଶ ମାଆ ପାଖରେ ରହି ଅଙ୍ଗନବାଡିରେ ପଢୁଥିଲା । ସମସ୍ତଙ୍କ କଥା ଏକା ମାଆ ମଇନା ହିଁ ବୁଝୁଥିଲା । ଏବେ ମାଆ ଆରପାରିକୁ ଚାଲିଯିବା ପରେ ସମ୍ପୁର୍ଣ୍ଣ ଅନାଥ ହୋଇପଡିଛନ୍ତି ଚାରିଜଣ ଶିଶୁ । ଦୁନିଆକୁ ଜାଣିବା ପୂର୍ବରୁ ମା’ ବାପ ଛେଉଣ୍ଡ ହୋଇ ଏତେବଡ ଦୁନିଆଟାରେ ଏକା ହୋଇ ପଡିଛନ୍ତି ଏହି ନିରୀହ ନିଷ୍ପାପ ୪ଟି ଶିଶୁ । ଅବଶ୍ୟ ପିଲାଙ୍କର ସମ୍ପର୍କିୟ ଓ ଗାଁ ଲେକମାନେ ଏବେ ଏହି ଦୁଖଃଦ ସମୟରେ ପିଲାଙ୍କ ପାଖରେ ରହି ସେମାନଙ୍କର ଖିଆ ପିଆ ଭଲ ମନ୍ଦ କଥା ସବୁ ବୁଝୁଛନ୍ତି । କିନ୍ତୁ ସେମାନଙ୍କର ଅବସ୍ଥା ମଧ୍ୟ ସ୍ୱଚ୍ଛ ଳ ନୁହେଁ । ତେଣୁ ସେମାନେ ମଧ୍ୟ ସବୁଦିନ ପିଲାମାନଙ୍କର କଥା କଥା ବୁଝିବା ସମ୍ଭବ ନୁହେଁ ଅବଶ୍ୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *