ମାଙ୍କଡ଼ ଆକ୍ରମଣରେ ୧୦ରୁ ଉର୍ଦ୍ଧ୍ୱ ଗୁରୁତର

Spread the love

ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଖିଣକୁରୁଆ ଗ୍ରାମର ମାଙ୍କଡ଼ ଆକ୍ରମଣ। ମାଙ୍କଡ଼ କାମୁଡ଼ାରେ ୧୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ୩ ଜଣ ମହିଳା ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ୨ ଜଣ ଆହତଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ମାଙ୍କଡ଼ ଆକ୍ରମଣ ପାଇଁ ଘରୁ ବାହାରୁ ନାହାନ୍ତି ଗାଁଲୋକେ। ଗାଁରେ ଆତଙ୍କ ଖେଳାଇଥିବା ମାଙ୍କଡ ଭୟରେ ପୁରୁଷମାନେ ହାତରେ ବାଡ଼ି ଧରି ମାଙ୍କଡ ଘୋଡାଇବା ପାଇଁ ଉଦ୍ୟମ କରୁଛନ୍ତି । ଏନେଇ ସ୍ଥାନୀୟଲୋକେ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚି ମାଙ୍କଡକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବନବିଭାଗ ଟିମ୍। ଗତ କିଛିଦିନ ହେବ ମାଙ୍କଡ଼ ପଲ ଗାଁରେ ଉତ୍ପାତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *