ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ସ୍ଵତନ୍ତ୍ର ଡ୍ରାଇଭ୍, ୩୧ ମଦୁଆ ଗାଡି ଚାଳକ ଗିରଫ

Spread the love

ଗଞ୍ଜାମ : ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ଏକ ସ୍ଵତନ୍ତ୍ର ଡ୍ରାଇଭ୍ କରାଯାଇ ମୋଟ୍ ୩୧ ଜଣ ମଦୁଆ ଗାଡି ଚାଳକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଦୁଇଚକିଆ ଗାଡି ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଥାନା ଗୁଡିକରେ ମାମଲା ରୁଜ୍ଜୁ କରାଯାଇ ଚାଳକ ମାନଙ୍କୁ କୋର୍ଟଚାଲାଣ କରାଯାଇଛି । ବୈଦ୍ୟନାଥପୁର ଥାନା ପୋଲିସ ୨ ଜଣଙ୍କୁ, ଗୋସାଣି ନୂଆଗାଁ ଥାନା ୨ ଜଣଙ୍କୁ, ବଡବଜାର ଥାନା ୨ ଜଣ, ଟାଉନ୍ ଥାନା ପୋଲିସ ୪ ଜଣଙ୍କୁ, ଟ୍ରାଫିକ୍ ପୋଲିସ ପକ୍ଷରୁ ୪ ଜଣ, ସଦର ଥାନାରେ ୨ ଜଣ, ଗୋପାଳପୁର ଥାନା ପୋଲିସ ୪ ଜଣଙ୍କୁ, ଗୋଳନ୍ଥରା ଥାନା ୨ ଜଣ, ନିମଖଣ୍ଡି ଥାନା ପୋଲିସ ୨ ଜଣଙ୍କୁ, କେ.ନୂଆଗଡ଼ ଥାନା ୩ ଜଣ, ଦିଗପହଣ୍ଡି ଥାନା ୨ ଜଣ ଏବଂ ଜରଡ଼ା ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ପୋଲିସ ଜିଲ୍ଲା ଏସପି ଡଃ. ସର୍ବଣା ବିବେକ ଏମ. ।

Leave a Reply

Your email address will not be published. Required fields are marked *