ଓଡ଼ିଶା

କଂଗ୍ରେସ ପକ୍ଷରୁ ଦୁଇ ଘଣ୍ଟିଆ ରାସ୍ତାରୋକ

ବ୍ରହ୍ମପୁର ଉପକଣ୍ଠ ପୋକଡିବନ୍ଧ ଛକରେ ଆଜି କଂଗ୍ରେସ ପକ୍ଷରୁ ଦୁଇ ଘଣ୍ଟିଆ ରାସ୍ତାରୋକ। ଅଣ୍ଡରପାସ ଓ ଓଭରବ୍ରିଜ ନିର୍ମାଣ ଦାବିରେ ରାସ୍ତାରୋକ କରାଯାଇଛି। ଅପରାହ୍ନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ୧୬ନଂ ଜାତୀୟ ରାଜପଥରେ ରାସ୍ତାରୋକ କରାଯାଇଛି। ତେବେ ଅଣ୍ଡରପାସ ଓ ଓଭରବ୍ରିଜ ନିର୍ମାଣ ନେଇ ବାରମ୍ୱାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏନେଇ ଆଜି କଂଗ୍ରେସ ପକ୍ଷରୁ ରାସ୍ତରୋକ କରାଯାଇଛି । ଏଥିରେ କଂଗ୍ରେସର କର୍ମକର୍ତ୍ତା ସମେତ ସ୍ଥାନୀୟବାସିନ୍ଦା ମଧ୍ୟ ସାମିଲ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published.

Back to top button